ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନାରେ କେଁ: ଖତ ଖାଉଛି ବୋଟ୍‌, ଫାଇଲ୍ ବୋହୁଛନ୍ତି ନାବିକ ଓ ଖଲାସୀ

ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନାରେ କେଁ: ଖତ ଖାଉଛି ବୋଟ୍‌, ଫାଇଲ୍ ବୋହୁଛନ୍ତି ନାବିକ ଓ ଖଲାସୀ

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାର ବେଶ ସୁନାମ ଅର୍ଜନ କରିଛନ୍ତି। ଅଥଚ ତୃଣମୂଳରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନାରେ ଥିବା ବୋଟ୍‌ଗୁଡ଼ିକ ଖତ ଖାଉଛି। ବର୍ଷା ଦିନରେ ଅସ୍ଥାୟୀ ଭାବେ ନାବିକ ଓ ଖଲାସୀ ନିଯୁକ୍ତ ହେଉଥିବା ବେଳେ ସେମାନଙ୍କୁ ବ୍ଲକ୍, ତହସିଲ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫାଇଲ୍ ବୋହିବା କାର୍ଯ୍ୟରେ ନିୟୋଜିତ କରାଯାଉଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାର ଜୁନ୍ ରୁ ନଭେମ୍ବର ୬ ମାସ ପାଇଁ ଅସ୍ଥାୟୀ ଭାବେ ନାବିକ ଓ ଖଲାସୀ ନିଯୁକ୍ତି ଦେଉଛନ୍ତି। ସେମାନଙ୍କୁ ବୋଟ୍ ରକ୍ଷଣାବେକ୍ଷଣରେ ନିୟୋଜନ ନକରି ଅଧିକାରୀମାନେ ନିଜର ବ୍ୟକ୍ତିଗତ ଓ କାର୍ଯ୍ୟାଳୟରେ କାମରେ ଲଗାଉଛନ୍ତି। ଜଗତସିଂହପୁରରେ ଖଲାସୀ ଭାବେ ନିଯୁକ୍ତ ବିଜୟ କୁମାର ବେହେରାଙ୍କୁ କାର୍ଯ୍ୟାଳୟକୁ ଡେପୁଟେସନ୍‌ରେ ଆଣିବା ନିର୍ଦ୍ଦେଶକୁ ଏସ୍‌ଆରସି ରଦ୍ଦ କରିଛନ୍ତି। ଅଥଚ ଯାଜପୁର ଜିଲ୍ଲାରେ ବଡ଼ଚଣା ବ୍ଲକର ଖଲାସୀ ବଳରାମ ଦାସ ଓ ଧର୍ମଶାଳା ବ୍ଲକର ଖଲାସୀ ଭରତ ଦଳେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଛନ୍ତି। ବଡ଼ଚଣାରେ ବୋଟ୍ ଖତ ଖାଉଛି। ସମଗ୍ର ରାଜ୍ୟରେ ୫୦୦ ସ୍ଥାୟୀ ନାବିକ ଓ ଖଲାସୀ ପଦବି ଶୂନ୍ୟ ପଡିଛି। ଅସ୍ଥାୟୀ ଭାବେ ୨୬୬ ନାବିକ ଓ ୨୪୧ ଖଲାସୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରାଯାଉଛି। ବନ୍ୟାବାତ୍ୟାରେ ପୀଡ଼ିତଙ୍କୁ ସେବା ଯେଗାଇବା ପାଇଁ ‌ଅଗ୍ନିଶମ ସଂସ୍ଥାକୁ ଖୋଜା ପଡୁଛି। ଏହାସହ ବୋଟ୍‌ ମରାମତି ନାମରେ ଅନୁଦାନ ହଡ଼ପ ନେଇ ଅଭିଯୋଗ ହେଉଥିଲେ ହେଁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉନାହିଁ।
ସୂଚନାଯୋଗ୍ୟ, ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ବୈତରଣୀ ଫୁଲୁଛି। ବିଭିନ୍ନ ନଦୀରେ ‌କୁମ୍ଭୀର ପାଇଁ ନଈକୂଳିଆ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଥିବା ଅବ୍ୟବସ୍ଥାକୁ ସୁଧାରିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe