Jajpur: ସୁକିନ୍ଦା ରେଞ୍ଜରେ ପକ୍ଷୀ ମଡ଼କ ! ମରିପଡ଼ିଛନ୍ତି ଏକାଧିକ ବିଦେଶାଗତ ପକ୍ଷୀ, ବାର୍ଡ ଫ୍ଲୁ ଆଶଙ୍କା...

Advertisment

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା(ୟେଲୋ ଫୁଟେଡ୍‌ ଗ୍ରିନ ପିଜନ) ପ୍ରଜାତିର ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା(ୟେଲୋ ଫୁଟେଡ୍‌ ଗ୍ରିନ ପିଜନ) ପ୍ରଜାତିର ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି

jajpur

jajpur Photograph: (sambad.in)

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଲେମ୍ବୋ ପଞ୍ଚାୟତ କବାଟ ଗାଁରେ ୩ ଦିନ ଧରି ବିଦେଶାଗତ ସ୍ବତନ୍ତ୍ର ପାରା(ୟେଲୋ ଫୁଟେଡ୍‌ ଗ୍ରିନ ପିଜନ) ପ୍ରଜାତିର ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପୂର୍ବ ଏସିଆ ମହାଦେଶରୁ ଏହି ପକ୍ଷୀ ଏଠାକୁ ଆସୁଥିବା ନେଇ ପ୍ରାଣୀଧନ ବିଭାଗ ଓ ବନ ବିଭାଗ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ରାଜ୍ୟ ପକ୍ଷୀ ମାନ୍ୟତା ପାଇଥିବା ଏହି ପକ୍ଷୀ ଜଙ୍ଗଲରୁ, ଉଦ୍ୟାନ ଓ ବାଡ଼ିବଗିଚାରୁ କୋଳି, ଡିମରି ଓ ଚାଷଜମିରୁ ଗଜା ଖୁଣ୍ଟି ଖାଇଥାନ୍ତି।

ଆହୁରି ପଢନ୍ତୁ- Death Of Migrant Worker: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସମ୍ବଲପୁରରେ ପଶ୍ଚିମବଙ୍ଗ ପୁଲିସ୍ ଟିମ୍ କରିବେ ତଦନ୍ତ

କବାଟ ଗାଁର ନୀଳମଣି ଜେନାଙ୍କ ଘର ସମ୍ମୁଖ ମଣ୍ଡପ ପାଖ ବରଗଛରେ ଦଳଦଳ ହୋଇ ବସା କରିଥିବା ଏହି ପକ୍ଷୀଙ୍କ ମଧ୍ୟରୁ ଗତ ଗୁରୁବାର ୫ଟି, ଶୁକ୍ରବାର ୨ଟି ଓ ଶନିବାର ଆଉ ୨ଟି ପକ୍ଷୀ ତଳେ ମରି ପଡ଼ିଥିବା ଦେଖାଯାଇଥିଲା। ଗଛରୁ ଖସି ପଡ଼ିବା ପରେ ସଂପୃକ୍ତ ପକ୍ଷୀ ପାଟିରୁ ଲାଳ ବାହାରୁଥିବା ଓ ଛଟପଟ ହୋଇ ମରିଯାଉଥିବା କହନ୍ତି ଶ୍ରୀ ଜେନାଙ୍କ ପୁଅ ପ୍ରଭାତ କୁମାର ଜେନା। ଚଳିତବର୍ଷ ଏହି ପକ୍ଷୀ ଦଳବଦ୍ଧ ହୋଇ ଏବର୍ଷ ପ୍ରଥମକରି ଆସିଥିବା ଗ୍ରାମବାସୀ କହନ୍ତି। ଏତାଦୃଶ ପକ୍ଷୀ ମୃତ୍ୟୁକୁ ନେଇ ସାଧାରଣରେ ବାର୍ଡଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। 

ଆହୁରି ପଢନ୍ତୁ- Allu Arjun, Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଜଣଙ୍କ ନାଁରେ ଚାର୍ଜସିଟ୍

ରେଞ୍ଜର ସତ୍ୟବ୍ରତ ପ୍ରଧାନ, ୨ ବନପାଳ ମନୋରମା ହୋତା ଓ ରାମ ତିରିଆ ତଦନ୍ତ କରୁଥିବା ସୂଚନା ମିଳିଛି। ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଦୀପ୍ତିରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ଗୋଧନ ନିରୀକ୍ଷକ ମଳୟ କୁମାର ମହାନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ୩ ଦିନ ତଳେ ଗାଁର ଶିକ୍ଷକ ମୋହନଲାଲ୍‌ ମହାନ୍ତଙ୍କ ଡିମିରିଗଛ ତଳୁ ୪ଟି ସାଧାରଣ ପୋଷା ପାରା ମୃତଦେହ ଠାବ କରାଯାଇଥିଲା। କେହି ଦୁର୍ବୃତ୍ତ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ବିଷ ଦେଇ ପକ୍ଷୀ ଶିକାର କରିଥିବା ଶିକ୍ଷକ ଶ୍ରୀ ମହାନ୍ତ ଅଭିଯୋଗ କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe