କାଳିଆପାଣି : ଜାଲ୍ ପାସ୍ ବଳରେ ଓଏମସି କ୍ରୋମ୍ ଜୋନର ବିଭିନ୍ନ ଖଣିରୁ କ୍ରୋମାଇଟ୍ ଲୋଡ୍ ରାକେଟ୍ ପଛର ମାଷ୍ଟର ମାଇଣ୍ଡ୍ ଥିବା ଓଆଇଏସ୍ଏଫ୍ ଯବାନକୁ ଆଜି ନିଲମ୍ବିତ କରାଯାଇଛି। ଅଭିଯୁକ୍ତ ଯବାନ ଉମେଶ କୁମାର ସୁବୁଦ୍ଧି ୨୨ ତାରିଖ ରାତି କୋଇପଶିସ୍ଥିତ ଟ୍ରକ୍ ପାର୍କିଂୟାର୍ଡ କମ୍ପ୍ୟୁଟର ଟ୍ୟାମ୍ପରିଂ କରି ୯ଟି ପାସ୍ ବାହାର କରିଥିବା ବିଭାଗୀୟ ତଦନ୍ତରୁ ଧରା ପଡ଼ିଥିଲା। ଏହିସବୁ ଜାଲ୍ ପାସରେ ସେ ନକଲ ଦସ୍ତଖତ କରିଥିବା ସ୍ବୀକାର କରିଥିଲା। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ରମେଶ ଚନ୍ଦ୍ର ମାହାଳିଙ୍କ ତଦନ୍ତ ଆଧାରରେ କମାଣ୍ଡାଣ୍ଟ୍ ସୁବାସ ଚନ୍ଦ୍ର ତ୍ରିପାଠୀ ନିଲମ୍ବନ ଆଦେଶ ଦେଇଥିବା ସୂଚନା ମିଳିଛି। ସେହିପରି ସ୍ଥାନୀୟ ଏକ ଘରୋଇ ଖଣିରେ ଠିକା ଶ୍ରମିକ ଭାବେ କାମ କରୁଥିବା ପ୍ରମୁଖ ସହଯୋଗୀ ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗାଁର ସୁଶାନ୍ତ ସ୍ବାଇଁର ଏଯାବତ କୌଣସି ପତ୍ତା ମିଳୁନଥିବା ପୁଲିସ୍ କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us