ଯାଜପୁର: ଟ୍ରକକୁ ପଛପଟୁ ଧକ୍କା ଦେଲା କାର ଚୁରମାର୍, ୪ ଗୁରୁତର

Advertisment
ଯାଜପୁର: ଟ୍ରକକୁ ପଛପଟୁ ଧକ୍କା ଦେଲା କାର ଚୁରମାର୍, ୪ ଗୁରୁତର

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ରଗଡ଼ି ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ବାଇକ ଆରୋହୀ ୨ଜଣଙ୍କୁ ବଞ୍ଚାଇବା ପାଇଁ ଘଟଗାଁରୁ ପାଣିକୋଇଲି ଅଭିମୁଖେ ଯାଉଥିବା କାରଟି ଭାରସାମ୍ୟ ହରାଇ ସ୍ଥାନୀୟ ପଲିଟେକ୍‌ନିକ୍‌ କଲେଜ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ନମ୍ବର ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟରୁ ଧକ୍କା ଦେଇଥିଲା। ୪ ଜଣ ଯାଉଥିବା ମାରୁତି କାରଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇ ଯାଇଛି। ଫଳରେ ସେମାନଙ୍କ  ଅବସ୍ଥା ସଙ୍କଟାପନ୍ନ ହୋଇଛି। ୨ଜଣଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଥିବା ବେଳେ ୨ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe