ଯାଜପୁର: ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ଜଣେ ଅଟକ, ୨ ଅଭିଯୁକ୍ତ ଫେରାର

Advertisment
ଯାଜପୁର: ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ଜଣେ ଅଟକ, ୨ ଅଭିଯୁକ୍ତ ଫେରାର

ଯାଜପୁର: ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ପୀଡିତାଙ୍କ ମା’ଙ୍କ ଥାନାରେ ଅଭିଯୋଗ ହେବାପରେ ପୁଲିସ ନାବାଳିକାକୁ ଉଦ୍ଧାର କରି ମେଡିକାଲ ପରୀକ୍ଷା ପାଇଁ ହସ୍ପିଟାଲ ପଠାଇଛି। ପୁଲିସ ଘଟଣାର ତଦନ୍ତ କରିବା ସହିତ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଛି।

ସୂଚନାଯୋଗ୍ୟ ନାବାଳିକା ଗତ ଅକ୍ଟୋବର ୩ ଅପରାହ୍ନରେ ନାବାଳିକା ଗାଁର ପଡିଶା ଘରକୁ ବୁଲି ଯାଇଥିଲା। ଝିଅ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ  ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ଫଳରେ ପୀଡ଼ିତାଙ୍କ ମା’ ଶୁକ୍ରବାର ସକାଳୁ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ( କେଶ ନଂ ୨୪୦/୧୮) ମାମଲା ରୁଜୁର କରି ନାବାଳିକାକୁ ଉଦ୍ଧାର କରିବାକୁ ତଦନ୍ତ ଆରମ୍ଭ କରି ଦେଇଥିଲା। ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ଯୁବକ ନାବାଳିକାକୁ ନେଇ କଏଣା ରଘୁନାଥପୁର ଗାଁ ଆଡକୁ ନେଇ ଫେରାର ହୋଇ ଯାଇଥିଲେ।

ସୂଚନା ପାଇ ପୁଲିସର ଚଢ଼ାଉ

କିଛି ଲୋକଙ୍କ ଠାରୁ ସୂଚନା ପାଇବା ପରେ ବିଞ୍ଝାରପୁର ଥାନା ପୁଲିସ ଶୁକ୍ରବାର ରଘୁନାଥପୁର ଗାଁର ଏକ ଘର ଉପରକୁ ଚଢ଼ାଉ କରିଥିଲା। ପୁଲିସର ସନ୍ଦେହ ଯେଉଁଠି ଥିଲା, ସେହି ଘର ଭିତରକୁ ନାବାଳିକା ଉଦ୍ଧାର ହୋଇଛି। ପୁଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ୨ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe