ଅଢେଇ କିଲୋ ଗଂଜେଇ ଜବତ: ବେପାରୀ ଗିରଫ, ମିନିଟ୍ରକ ଜବତ

ସାକ୍ଷ୍ୟ ପ୍ରମାଣ ଦେଇ ନପାରିବାରୁ ୧୨୧୦ କିଲୋ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଅଭି‌ଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାରରେ ଚୋରା ଗଂଜେଇ ବେପାର କରୁଥିବା ଅଭିଯୋଗରେ ପୁଲିସ୍‌ ଆଜି ଜଣେ ବେପାରୀକୁ ଗିରଫ କରିଛି। ଗଂଜେଇ ବେପାରୀ ବାରବାଟୀ ଗ୍ରାମର ଶ୍ରୀଧର ଦାସଙ୍କ ନିକଟରୁ ଅଢେଇ କିଲୋ ଗଂଜେଇ ଓ ସେ ବ୍ୟବହାର କରୁଥିବା ଏକ ୪୦୭ ମିନିଟ୍ରକ୍ (ଓଆର୍୦୪ଏ–୫୪୯୧)କୁ ପୁଲିସ ଜବତ କରିଛି। ଆସନ୍ତାକାଲି ଶ୍ରୀଧରକୁ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି। ପ୍ରକାଶ ଯେ, ବାରବାଟୀ ଗ୍ରାମର ଶ୍ରୀଧର ଜଣେ ମିନିଟ୍ରକ ଡ୍ରାଇଭର। ବାରବାଟୀ ବଜାରରେ ମିନିଟ୍ରକ୍ ରଖି ଶ୍ରୀଧର ଗଂଜେଇ ବିକ୍ରି କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଏଠାରେ ଅତର୍କିତ ଚଢଉ କରିଥିଲା। ଜବତ ଗଂଜେଇର ବଜାର ଦର ୧୨ହଜାର ୫୦୦ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe