ଛାତ୍ରୀଙ୍କୁ ଅପହରଣ, ନୃତ୍ୟ ଶିକ୍ଷକ ଅଟକ

Advertisment
ଛାତ୍ରୀଙ୍କୁ ଅପହରଣ, ନୃତ୍ୟ ଶିକ୍ଷକ ଅଟକ

ତେଲକୋଇ: ଛାତ୍ରୀଙ୍କୁ ଅପହରଣ ଘଟଣାରେ ତେଲକୋଇ ପୁଲିସ ଜଣେ ନୃତ୍ୟ ଶିକ୍ଷକକୁ ଅଟକ ରଖିଛି। ସ୍ଥାନୀୟ ଅଞ୍ଚଳରେ ୨ ବର୍ଷ ହେଲା ଏକ ଘରୋଇ ଅନୁଷ୍ଠାନ କରି କନ୍ଧମା‌ଳ ଅଞ୍ଚଳର ଜଣେ ଯୁବକ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲା। ନାଚ ଶିଖୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ଛାତ୍ରୀଙ୍କ ସମ୍ପର୍କୀୟ ତାକୁ ତାଗିଦ କରିଥିଲେ। ମାଟ୍ରିକ ପରୀକ୍ଷା ସରିବା ପରେ ଗତ ୧୨ ତାରିଖ ସନ୍ଧ୍ୟାରେ ନୃତ୍ୟ ଶିକ୍ଷକ ଜଣକ ସମ୍ପୃକ୍ତ ଛାତ୍ରୀଙ୍କୁ ଅପହରଣ କରିଥିଲେ। ପରିବାର ପକ୍ଷରୁ ଏନେଇ ତେଲକୋଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପଣ୍ଡାପଡ଼ା ଅଞ୍ଚଳରୁ ସଂପୃକ୍ତ ନୃତ୍ୟ ଶିକ୍ଷକ ଓ ନାବାଳିକାକୁ ପୁଲିସ ଉଦ୍ଧାର କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପଦ୍ମାସିନୀ ମେହେର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe