ମାତୃଭାଷାର ଆଗ୍ରହ: ଓଡ଼ିଆ ଗୀତଗାଇ ଖେଳୁଛନ୍ତି ଜୁଆଙ୍ଗ ଜନଜାତିର ବାଳିକା

Advertisment

ଆଦିମ ଜୁଆଙ୍ଗ ଜନଜାତିରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଥିବା ଗୁହିଆଶାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଖେଳ ପିରିଅଡ୍‌ରେ ବାଳିକାମାନେ...

ଆଦିମ ଜୁଆଙ୍ଗ ଜନଜାତିରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଥିବା ଗୁହିଆଶାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଖେଳ ପିରିଅଡ୍‌ରେ ବାଳିକାମାନେ...

IMG_20250920_173809

କାଳିଆପାଣି(ରବି ନାରାୟଣ କର): ଆଦିମ ଜୁଆଙ୍ଗ ଜନଜାତିରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଥିବା ଗୁହିଆଶାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଖେଳ ପିରିଅଡ୍‌ରେ ବାଳିକାମାନେ ଖେଳପଡ଼ିଆରେ ଓଡ଼ିଆ ଗୀତ ଗାଇଗାଇ ‘ଚଉକି ଖେଳ’ ଖେଳୁଥିବାର ଦୃଶ୍ୟ ଆମ‌ୋଦଦାୟକ। ବିଭିନ୍ନ ଉପାନ୍ତ ଇଲାକାର ଜୁଆଙ୍ଗ ସମାଜରେ ଏହି ଗୀତ ଓ ଖେଳ ଏବେ ସବୁବର୍ଗର ଝିଅମାନଙ୍କର ପ୍ରଥମ ପସନ୍ଦ ବୋଲି କହନ୍ତି ସେହି ଗ‌ାଁର ଅଣଆନୁଷ୍ଠାନିକ ଶିକ୍ଷକ ଅନାମ ଜୁଆଙ୍ଗ।

‘‘କାନ୍ଦୁଛିରେ କାନ୍ଦୁଛି, ଗୋଟିଏ ପିଲା କାନ୍ଦୁଛି,
ତା’ର କିଏ ନାହାନ୍ତି,
ଉଠ୍‌ ପିଲା ଉଠ୍‌, ଆଖିରୁ ଲୁହ ପୁଛ୍,
ଚା’ପାଣି ପିଇ…କାହାକୁ ବାଛିବୁ ବାଛ୍‌…’’

ଅର୍ଥାତ୍ ଏକ ଅନାଥ ଝିଅ କାନ୍ଦୁଥିବା ଦେଖି ତାକୁ ଖେଳକୁଦ ମାଧ୍ୟମରେ ମନାଇ ଶାନ୍ତ କରାଇବା ଦିଗରେ ସାଥୀମାନଙ୍କ ପକ୍ଷରୁ ସାମୁହିକ ଉଦ୍ୟମ କରାଯାଉଥିବା ଦେଖାଯାଉଛି। ଚତୁର୍ଥରୁ ଷଷ୍ଠ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ପୂଜା, ଫୁଲମଣି, କାବେରୀ, ଶୁଭା, କମଳା, ପେଚି, ରୁମାନି, ମିନତି ଓ ବ୍ରାହ୍ମଣୀ ଏମିତି ସମବେତ ଗୀତ ଗାଇଗାଇ ଖେଳୁଥିବାର ଦୃଶ୍ୟ ସାଧାରଣରେ ଉପଭୋଗ୍ୟ।

ଅନାଥ ଝିଅ କାନ୍ଦୁଥିବା ଦେଖି ତାକୁ ଖେଳକୁଦ ମାଧ୍ୟମରେ ମନାଇ ଶାନ୍ତ କରାଇବା ଦିଗରେ ସାଥୀମାନଙ୍କ ପକ୍ଷରୁ ସାମୁହିକ ଉଦ୍ୟମ କରାଯାଉଥିବା ଦେଖାଯାଉଛି।

୨୦୧୬ ମସିହା ଜୁନମାସ ୩୦ ତାରିଖରୁ ‘ସମ୍ବାଦ’ ଦ୍ବାରା ନଗଡ଼ା ଶିଶୁ ମଡ଼କ ଘଟଣାବଳୀ ଲୋକ‌ଲୋଚନକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୭ ମସିହା ମାର୍ଚ୍ଚ ମାସ ୩ ତାରିଖରେ ନଗଡ଼ା ସରକାରୀ ପ୍ରାଥମିକ ସ୍କୁଲ ଓ ସେହିବର୍ଷ ଏପିଲ୍‌ ମାସ ୬ ତାରିଖରେ ଗୁହିଆଶାଳ ସରକାରୀ ପ୍ରାଥମିକ ସ୍କୁଲ ଖୋଲା ଯାଇଥିଲା। ଏହା ପୂର୍ବରୁ ନଗଡ଼ା ଓ ଗୁହିଆଶାଳ ରାଜସ୍ବ ମୌଜା ଅତିରିକ୍ତ ତୁମୁଣି, ତଳଡିହ, ଅଶୋକଝର, ଦେଓଗାଁ ଓ କଙ୍କଡ଼ାଗୋଡ଼ି ଜୁଆଙ୍ଗ ବସ୍ତିରେ ପ୍ରାଥମିକ ଶିକ୍ଷା ପ୍ର‌ସାରିତ ହେବାରେ ଲାଗିଛି। ପୁରୁଖା ଲୋକେ ପାରମ୍ପରିକ ଜୁଆଙ୍ଗ ଭାଷାରେ କଥାବାର୍ତ୍ତା ହେଉଥିଲେ ହେଁ ଶିଶୁ, କି‌ଶୋର ଓ ତରୁଣମାନେ ସ୍ପଷ୍ଟ ଓଡ଼ିଆ ଭାଷାରେ କଥା ହେଉଥିବା ଦେଖାଯାଉଛି।  

Jajpur | Tribal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe