କାଳିଆପାଣି (ରବି ନାରାୟଣ କର): ଅବାଟରେ ଯାଉଥିବା ଶିଷ୍ୟଙ୍କ ପାଇଁ ପାଲା ଶିଖିଛନ୍ତି ଗୁରୁ। ପାଲା ପରିବେଷଣ କରି ପିଲାଙ୍କୁ ସ୍କୁଲ ଡାକୁଛନ୍ତି। ସ୍କୁଲ ଆସି ବଡ଼ମଣିଷ ହେବାକୁ ଉପଦେଶ ଦେଉଛନ୍ତି। ୨ ଶିକ୍ଷୟିତ୍ରୀ ଓ ୩ ଜଣ ଶିକ୍ଷକଙ୍କ ଏତାଦୃଶ ଉଦ୍ୟମ ସାଧାରଣରେ ପ୍ରଶଂସିତ ହୋଇଛି। ମାଣତୀରା ସ୍କୁଲ ଶିକ୍ଷକ ଶଙ୍କର୍ଷଣ ମହାନ୍ତ ଗାୟକ, କାଦୁଅବନ୍ଦୀ ସ୍କୁଲର ଶିକ୍ଷକ ସୁରେଶ କୁମାର ପରିଡ଼ା ବାୟକ ଏବଂ ପିମ୍ପୁଡ଼ିଆ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଦୁଲାରୀ ହାଁସଦା, ପ୍ରହଲାଦ ମହାନ୍ତ ଓ କାଦୁଅବନ୍ଦୀ ସ୍କୁଲ ଶିକ୍ଷୟିତ୍ରୀ ପ୍ରଭାତୀ ନାୟକ ପାଳିଆ ଭୂମିକାରେ ପାରମ୍ପରିକ ପାଲା ପରିବେଷଣ କରି ସଚେତନ କରାଇଥିଲେ। ପାଲା ଭିଡିଓ ଦେଖି ପିଲା ପ୍ରଭାବିତ ହେବା ଆଶା କରାଯାଉଛି।
ଯାଜପୁର ଜିଲ୍ଲାର ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉଦବେଗଜନକ। ମାଗଣା ବହି, ସ୍କୁଲବ୍ୟାଗ୍, ଜୋତାମୋଜା, ଭଳିକି ଭଳି ପୋଷାକ, ମାଣ୍ଡିଆ ଲଡ଼ୁ ଓ ମଧ୍ୟାହ୍ନ ଭୋଜନରେ ସବୁଦିନ ଅଣ୍ଡା ଦିଆଯାଉଥିଲେ ହେଁ ଅଧିକାଂଶ ନିୟମିତ ସ୍କୁଲ ଆସୁନାହାନ୍ତି। ନାମଲେଖା ପରେ ସୁକିନ୍ଦା ବ୍ଲକରେ ୮୪୩ ଜଣ ପିଲା ଆଉ ସ୍କୁଲ ଆସୁନାହନ୍ତି।
ଆହୁରି ପଢ଼ନ୍ତୁ: Lawrence Vishnoi : ପବନ ସିଂଙ୍କୁ ଧମକ ଦେଇନୁ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ
କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା
ଏହି ପିଲାମାନଙ୍କୁ ସ୍କୁଲ ଫେରାଇ ଆଣବା ଉଦ୍ୟମରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) କାର୍ଯ୍ୟାଳୟ ପକ୍ଷରୁ ମହାଗିରି କ୍ଲଷ୍ଟର ସହଭାଗିତାରେ ପିମ୍ପୁଡ଼ିଆ ଉପ୍ରା ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା ଅନୁଷ୍ଠିତ ହୋଇଯାଇଛି। ବିଇଓ ନାରାୟଣ ଦାସଙ୍କ ପରାମର୍ଶରେ ପ୍ରଧାନଶିକ୍ଷୟିତ୍ରୀ ଦୁଲାରୀ ହାଁସଦାଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ଏବିଇଓ ଗୋବର୍ଦ୍ଧନ ପ୍ରଧାନ, ଗରାମିଆଁ ହାଇସ୍କୁଲ ପ୍ରଧାନଶିକ୍ଷକ ତୁଳସୀ ପ୍ରସାଦ ମହାନ୍ତ, ପିମ୍ପୁଡ଼ିଆ ହାଇସ୍କୁଲ ପ୍ରଧାନଶିକ୍ଷକ ରବି ନାରାୟଣ ନାୟକ ଓ ସିଆର୍ସିସି ଅନଓ୍ବାର ଅଲ୍ଲୀ ଅତିଥି ଭାବେ ଉପସ୍ଥିତ ଥିଲେ। ୧୭ ଟି ସ୍କୁଲର ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ‘ଆସ ସ୍କୁଲ ଯିବା ଅଭିଯାନ’ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ତ୍ବରାନ୍ବିତ ପାଇଁ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀ ଶିକ୍ଷାର ଆଲୋକ ସଂପର୍କିତ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଆହୁରି ପଢ଼ନ୍ତୁ: Heart Attack: କାଳିଆପାଣିରେ ହୃଦ୍ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/13/pala1-2025-12-13-22-00-15.jpg)