ସୂଚନା ଅଧିକାରରେ ତଥ୍ୟ ଦେଲେନି, ଦରମା ଓ ପେନ୍‌ସନ ଅର୍ଥରୁ ଆଦାୟ ନିର୍ଦେଶ

ସୂଚନା ଅଧିକାରରେ ତଥ୍ୟ ଦେଲେନି, ଦରମା ଓ ପେନ୍‌ସନ ଅର୍ଥରୁ ଆଦାୟ ନିର୍ଦେଶ

oic.nic.in

ଯାଜପୁରସଦର: ଯାଜପୁର ବ୍ଲକରେ ଆବାସ ବଣ୍ଟନ ସଂକ୍ରାନ୍ତରେ ତଥ୍ୟ ନଦେଇ ରାଜ୍ୟ ସୂଚନା କମିସନରେ ଦଣ୍ଡିତ ହୋଇଛନ୍ତି ଦୁଇ ପୂର୍ବତନ ଅଧିକାରୀ। ବିଚିତ୍ରପୁର ପଞ୍ଚାୟତରେ ଆବାସ ବଣ୍ଟନ ସଂକ୍ରାନ୍ତରେ ବ୍ରହ୍ମାନନ୍ଦ ବେହେରା ଯାଜପୁର ବ୍ଲକ୍‌ରେ ସୂଚନା ଅଧିକାର ଆଇନ ବଳରେ ୨୦୧୯ ନଭେମ୍ବର ୧୩ ତାରିଖରେ ତଥ୍ୟ ମାଗିଥିଲେ। ନିର୍ଦ୍ଧାରିତ ସମୟରେ ତଥ୍ୟ ଦେବାରେ ଅବହେଳା କରାଯିବାରୁ ସେ ୨୦୨୦ ଫେବ୍ରୁଆରିରେ ଦ୍ବିତୀୟ ଆବେଦନ କରିଥିଲେ। ତତ୍କାଳୀନ ବ୍ଲକ ଜନ ସୂଚନା ଅଧିକାରୀ ବ୍ରଜାନନ୍ଦ ମହାପାତ୍ର ଓ ବିଚିତ୍ରପୁରର ପିଇଓ କୀର୍ତ୍ତନ ଚରଣ ମଲ୍ଲିକ ତଥ୍ୟ ଦେବାରେ ଅସହଯୋଗ କରିଥିଲେ। ଏନେଇ ଆବେଦନକାରୀ ରାଜ୍ୟ ସୂଚନା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଆୟୋଗ ଏହି ଅଭିଯୋଗର ଶୁଣାଣି କରି ଉଭୟଙ୍କଠାରୁ ୬ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି।

ବ୍ରଜାନନ୍ଦ ମହାପାତ୍ର ଅବସର ନେଇଥିବାବେଳେ କୀର୍ତ୍ତନ ମଲ୍ଲିକ ସଂପ୍ରତି ବିଂଝାରପୁର ବ୍ଲକରେ ପିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଉଭୟଙ୍କଠାରୁ ଜରିମାନା ଆଦାୟ କରିବାକୁ ଯାଜପୁର ଓ ବିଂଝାରପୁର ବିଡିଓଙ୍କୁ କମିସନ ନିର୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ ପେନସନ ଓ ଶ୍ରୀ ମଲ୍ଲିକଙ୍କ ୨୦୨୪ ମେ ଏବଂ ଜୁନମାସ ଦରମାରୁ ଏହି ଅର୍ଥ ଆଦାୟ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe