ରଗଡ଼ି: ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଛକରୁ ଦାନଗଦୀ ବ୍ଲକ୍ ମିଲିଟାରି ଛକକୁ ସଂଯୋଗ କରୁଥିବା ନବ ନିର୍ମିତ ବାଇପାସ୍ ରାସ୍ତାରେ ବୁଧବାର ଏକ ହାଇୱା ଓଲଟି ପଡ଼ି ଦୁର୍ଘଟଣା ଘଟିଛି। ଅଗ୍ନିଶମ କାର୍ଯ୍ୟାଳୟ ଛକଠାରୁ ପ୍ରାୟ ଶହେ ମିଟର ଦୂରରେ ପାଉଁଶ ବୋଝେଇ କରି ଆସୁଥିବା ଏହି ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
କଳିଙ୍ଗନଗର ଶିଳ୍ପାଞ୍ଚଳରୁ ପାଣିକୋଇଲି ଯାଉଥିବା ଏହି ହାଇୱାଟି ଓଲଟି ପଡ଼ିବା ପରେ ରାସ୍ତା ଅବରୋଧ ହୋଇଥିଲା। ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ପ୍ରକାଶ ଯେ, ନୂତନ ବାଇପାସ୍ ରାସ୍ତା କାର୍ଯ୍ୟ କିଛି ଦିନ ତଳେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଥିରେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। କ୍ରସର ଡଷ୍ଟ ପକାଇ ରାସ୍ତାକୁ ବନ୍ଦ କରି ରଖାଯାଇଛି। କେତେକ ମାଲବାହୀ ଗାଡ଼ି ଏହାକୁ ନମାନି ରାସ୍ତାରେ ଯାତାୟାତ କରୁଛନ୍ତି।
Follow Us