ଯାଜପୁର: ଯାଜପୁର ଜିଲ୍ଲା ହରିପୁର - ମୁଳାପାଳ ରାସ୍ତାରେ ଜଣେ ଅଟୋ ଚାଳକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତାଙ୍କର ଝୁଲନ୍ତା ମୃତଦେହ ଏକ ଗଛରେ ଝୁଲୁଥିବା ବେଳେ ତଳେ ତାଙ୍କ ଅଟୋ ରହିଛି। ମୃତକ ଜେନାପୁର ଥାନା ଅନ୍ତର୍ଗତ ଅଣ୍ଟା ଗ୍ରାମର ମନୋଜ ମଳିକ ବୋଲି ଜଣାଯାଇଛି। ସେ ଏଠାରେ ନିଜ ଭଉଣୀଙ୍କ ଘରେ ଦୁଇ ବର୍ଷ ହେଲା ରହୁଥିଲେ ଓ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ହରିପୁର-ମୁଳାପାଳ ରାସ୍ତାରେ ଅଟୋ ଚାଳକଙ୍କ ଝୁଲନ୍ତା ମୃତଦେହ
Advertisment
Follow Us