ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ

Advertisment
ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ

ଭୁବନେଶ୍ବର: ଧର୍ମଶାଳାର ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜେପିରୁ ବହିଷ୍କୃତ ହୋଇଛନ୍ତି। ସେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ହେତୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାଯାଇଛି।

ସୂଚନା ମୁତାବକ, ହିମାଂଶୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପ୍ରସ୍ତୁତ କରିଥିଲେ ବି ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା। ଏହାପରେ ହିମାଂଶୁଙ୍କ ସମର୍ଥକମାନେ ଯାଇ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିିକେଟ ଦେବାକୁ ଅଡି ବସିଥିଲେ, ମାତ୍ର ବିଜେପି ପ୍ରର୍ଥୀ ବଦଳାଇ ନଥିଲା। ଏହାପରେ ହିମାଂଶୁ ଶେଖର ସାହୁ ସ୍ୱାଧୀନ ଭାବେ ନାମାଙ୍କନ ଭରି ନିର୍ବାଚନକୁ ଓହ୍ଲାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe