ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା

Advertisment
ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା

India.com

ପାଣିକୋଇଲି : ଜାତୀୟ ରାଜପଥ ୧୬ର ପାଣିକୋଇଲି ଟୋଲଗେଟ୍ ଠାରୁ କିଛି ଦୂରରେ ଥିବା ଏକ ଝୁମ୍ପୁଡି ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଟଙ୍କା, ପଇସା ଝଗଡ଼ାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି।

ମୃତ ଯୁବକ ହେଲେ ପାଣିକୋଇଲି ଏଣ୍ଡାସାହିର ଗୋବିନ୍ଦ ସାହୁଙ୍କ ଏକ ମାତ୍ର ପୁଅ ରବୀନ୍ଦ୍ର(୩୧)। ରବୀନ୍ଦ୍ର ୨୦୧୫ ମସିହାରେ ତେଲିଆ ଗ୍ରାମର ରମେଶ ମହାପାତ୍ରଙ୍କ ଝିଅ ଚିନୁଙ୍କୁ ବିବାହ କରିଥିଲେ। ତାଙ୍କର ତିନି ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି। ଗତ ଏକ ବର୍ଷ ହେବ ଟଙ୍କା ପଇସାକୁ ନେଇ ଦୁଇ ଜଣଙ୍କ ଭିତରେ ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା। ଏହି ମାମଲା ପାଣିକୋଇଲି ଥାନାରେ ପହଞ୍ଚିଥିଲା। ସେହିଦିନଠାରୁ ପୁଅକୁ ନେଇ ଚିନୁ ବାପଘର ତେଲିଆରେ ରହୁଛନ୍ତି। କିନ୍ତୁ ଚିନୁର ଭାଇ ଚନ୍ଦ୍ରକାନ୍ତ ମହାପାତ୍ର(ପିଣ୍ଟୁ) ଅଧିକାଂଶ ସମୟରେ ପାଣିକୋଇଲି ଆସି ଭିଣୋଇ ରବୀନ୍ଦ୍ର ସହିତ ହୋଟେଲରେ ଖାଇବା ସହିତ ମଦ ପିଅନ୍ତି। ପିଣ୍ଟୁ ଜଣେ ଯୁବତୀ ଲିଲି(ଛଦ୍ମନାମ) ଧରି ସବୁ ବେଳେ ବୁଲାବୁଲି କରେ। ଗତ ୪ ଦିନ ହେଲା ରବୀନ୍ଦ୍ର, ପିଣ୍ଟୁ, ଲିଲି ପୁରୀ ରଥଯାତ୍ରାକୁ ଯାଇଥିଲେ। ଗତକାଲି ଭୋର ସମୟରେ ପୁରୀରୁ ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ତିନିଜଣ ଯାକ ରବୀନ୍ଦ୍ରଙ୍କ ହୋଟେଲ ପାର୍ଶ୍ବରେ ଥିବା ବିଶ୍ରାମ ଘରେ ବସିଥିବା ସ୍ଥାନୀୟ ଦୋକାନୀ ମାନେ ଦେଖିଥିଲେ।

ଆଜି ସକାଳୁ ବନ୍ଦ ଥିବା ଝୁମ୍ପୁଡି ହୋଟେଲକୁ ମରାମତି କରିବା ପାଇଁ ବାପା ଗୋବିନ୍ଦ ବଢେଇକୁ ନେଇ ଆସିଥିବା ବେଳେ ଉଲଗ୍ନ ଅବସ୍ଥାରେ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗଳାକୁ ଧାରୁଆ ଅସ୍ତ୍ରରେ କଟାଯିବା ସହିତ ମୁଣ୍ଡର ପଛପାଖକୁ ଜୋରରେ ଆଘାତ କରାଯାଇଥିଲା। ଦୁର୍ବୃତ୍ତମାନେ ଗଳା କାଟିବା ସହିତ ବାହୁଙ୍ଗିରେ ପିଟିପିଟି ମାରିଥିବା କୁହାଯାଉଛି। ଘଟଣାସ୍ଥଳରୁ ଛୁରି ଓ ବାହୁଙ୍ଗି ଜବତ କରାଯାଇଛି। ପାଣିକୋଇଲି ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇବା ସହିତ ଥାନା କେସ୍ ନଂ ୧୨୨/୨୦୧୯ ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe