ଦଶରଥପୁର (ଚନ୍ଦ୍ର ଶେଖର ସାହୁ): ତାତିଲେ ମହିଳା, ଭାଙ୍ଗି ଦେଲେ ଚୋରା ମଦ ଦୋକାନ। ବାରମ୍ବାର ଯାଜପୁର ଟାଉନ ପୁଲିସ ଏବଂ ଅବକାରୀ ବିଭାଗଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଶୁଣିନଥିବାରୁ ଏପରି କରାଯାଇଥିବା କୁହାଯାଉଛି।
ଯାଜପୁର ଟାଉନ ଥାନା ଚିତାଳୋ କଲେଜ ରାସ୍ତା ପାର୍ଶ୍ଵ ବାଲିପଦା ଛକରେ ଦୀର୍ଘ ବର୍ଷ ହେବ ଚୋରା ମଦ ବ୍ୟବସାୟ କରୁଥିବା ସ୍ଥାନୀୟ ଅଞ୍ଚଳର ଅଜୁ ପାଗଳଙ୍କ ବେଆଇନ ମଦ ଦୋକାନ ଉପରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ବାଲିପଦା ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ। ଟାଉନ ଥାନା ପୁଲିସ ଏବଂ ଅବକାରୀ ବିଭାଗ କର୍ମଚାରୀ ଉକ୍ତ ମଦ ଦୋକାନରୁ ମାସିକିଆ ଚାନ୍ଦା ନେଇ ମଦ ଦୋକାନୀକୁ ଅବାଧରେ ଚୋରା ମଦ କାରବାର ପାଇଁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରି ମଦ ଦୋକାନରେ ଭଙ୍ଗାରୁଜା କରିଥିଲେ। ଚୋରା ବ୍ୟବସାୟୀ ଜଣଙ୍କ ଭଙ୍ଗାରୁଜା କରାଯିବାରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପହଂଚି ତଦନ୍ତ କରିଥିବା ଜଣାପଡିଛି।
Follow Us