ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଏସିଡ୍‌ ପିଙ୍ଗିଲା ସ୍ୱାମୀ

Advertisment
ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଏସିଡ୍‌ ପିଙ୍ଗିଲା ସ୍ୱାମୀ

photo by : dnaindia.com

ସୁଜନପୁର : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଜଣେ ସ୍ୱାମୀ ତା’ ସ୍ତ୍ରୀ ମୁହଁରେ ଏସିଡ୍‌ ମାଡ଼ କରିଛି। ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତି କରାଯାଇଛି। ଯାଜପୁର ସଦର ଥାନା ଅନ୍ତର୍ଗତ ମଲପଡା ଗ୍ରାମରେ ଏହିଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି।

ଏସିଡ଼ ମାଡ଼ର ଶିକାର ହୋଇଥିବା ମହିଳା ହେଲେ ଏହି ଗ୍ରାମର ଭାରତୀ ମହାଳିକ(୪୦)। ମିଳିଥିବା ସୂଚନା ଅନୁସାରେ, ଭାରତୀ ରୋଷେଇ କରୁଥିବାବେଳେ ତାଙ୍କ ସ୍ୱାମୀ ଭାଗିରଥୀ ମହାଳିକ(୪୫) ହଠାତ୍‌ ତାଙ୍କ ଚୁଟି ଝିଙ୍କି କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏତିକିରେ ମନ ବୁଝି ନଥିଲା। ପାଖରେ ରଖିଥିବା ଏସିଡକୁ ତାଙ୍କ ମୁହଁରେ ଢାଳି ଦେଇଥିଲେ।

ଭାରତୀ ଚିତ୍କାର କରିବାରୁ ଅନ୍ୟ ଏକ ଘରେ ଥିବା ତାଙ୍କ ଝିଅ ସବିତା(୧୯) ଓ ପୁଅ ରୋଷେଇ ଘରକୁ ଧାଇଁ ଆସିଥିଲେ। ଏଭଳି ଘଟଣା ଦେଖି ଉଭୟ ବାପାଙ୍କୁ ପ୍ରତିରୋଧ କରିବା ସହ ପ୍ରତିବାଦ ଜଣାଇଥିଲେ। ମାତ୍ର ଉଗ୍ର ବାପ ବଢ଼ିଲା ଝିଅ ଏବଂ ପୁଅଙ୍କୁ ମଧ୍ୟ ଛାଡ଼ିନଥିଲେ। ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ସେଠାରୁ ଖସି ଆସି ଝିଅ ତୁରନ୍ତ ଯାଇ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଲୋକଙ୍କ ଭିଡ଼ ଦେଖି ଭାଗିରଥୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ କାବୁ କରିନେଇଥିଲେ।

ଗ୍ରାମବାସୀ ଭାରତୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ ଯୋଗେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲେ। ଝିଅ ଲିଖିତ ଅଭିଯୋଗ କରିବାରୁ ଥାନା ଏସଆଇ ମନୋରଂଜନ ଦାସ ଓ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି। ପୁଲିସ୍‌ କେସ ନଂ-୧୭/୧୮ ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe