ଯାଜପୁର: ପଥର ଖଣିରେ ଉତ୍ତେଜନା, ୧୫ ଆହତ, ୫ଗୁରୁତରଙ୍କୁ ଏସ୍‌ସିବି ସ୍ଥାନାନ୍ତରିତ

Advertisment
ଯାଜପୁର: ପଥର ଖଣିରେ ଉତ୍ତେଜନା, ୧୫ ଆହତ, ୫ଗୁରୁତରଙ୍କୁ ଏସ୍‌ସିବି ସ୍ଥାନାନ୍ତରିତ

ଯାଜପୁର: ଜେନାପୁର ଥାନା ଅନ୍ତର୍ଗତ ବଳରାମପୁର ପାହାଡ଼ରେ ଗୁରୁବାର ପଥରମାଫିଆ ଓ ଗାଁର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ଉଭୟ ଗୋଷ୍ଠୀର ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆହତମାନଙ୍କୁ ପ୍ରଥମେ କବାଟବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ୫ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ବେଆଇନ ପଥରଖନନକୁ ନେଇ ପୂର୍ବରୁ ଗ୍ରାମର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପଥରମାଫିଆମାନେ ଗ୍ରାମର ଲୋକଙ୍କୁ ଟାର୍ଗେଟ ବନାଇ ଥିଲେ। ପଥରମାଫିଆମେନ ପାହାଡ ଉପରେ ଗୁରୁବାର ରାସ୍ତା ନିର୍ମାଣ କରୁଥିବା ବେଳେ, ଗ୍ରାମର ଜଣେ ଲୋକଙ୍କୁ ପାଇ ମାଫିଆମାନେ ନିସ୍ତୁକ ମାଡ଼ ମାରିଥିଲେ। ଏ ଘଟଣା ଗ୍ରାମବାସୀ ଜାଣିିବା ପରେ ସେମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଲାଗି ରହିଥିଲା।

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ରିପୋର୍ଟ ଲେଖା ଯିବା ବେଳକୁ ପରିସ୍ଥିତି ପୁଲିସ ନିୟନ୍ତ୍ରଣରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe