ଯାଜପୁର: ଆଳୁ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା, ୩ ମୃତ

Advertisment
ଯାଜପୁର: ଆଳୁ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା, ୩ ମୃତ

ଯାଜପୁର: ଯାଜପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ପାଣିକୋଇଲି ଥାନା ପଥରରପଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ମଙ୍ଗଳବାର ଭୋର୍‌ ସମୟରେ ଏକ ଆଳୁ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେଇଥିବା ସୂଚନା ହସ୍ତଗତ ହୋଇଛି। ‌ତେବେ, ଏଯାବତ୍‌ ତିନି ଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ପହଞ୍ଚୁ ପହଞ୍ଚୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ପୁଲିସ୍‌ ଏଯାଏ ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe