ମା’ ତାରିଣୀଙ୍କ ଦର୍ଶନ କଲେ ଯାଜପୁର ସାଂସଦ

ମା’ ତାରିଣୀଙ୍କ ଦର୍ଶନ କଲେ ଯାଜପୁର ସାଂସଦ

ଘଟଗାଁ: ଯାଜପୁରର ନବନିର୍ବାଚିତ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ତାଙ୍କ ପତ୍ନୀ ଡ. ଶର୍ମିଲା ବେହେରା ଘଟଗାଁ ଆସି ମା’ ତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଉପସ୍ଥିତ ଥିଲେ।

ଏହି ଅବସରରେ ଘଟଗାଁ ମଣ୍ଡଳ ପକ୍ଷରୁ ବିଜେପି ନେତା ଗୋଲକ ବଳ, ଶରତ ବେଜ, କାର୍ତ୍ତିକ ସାହୁ, ସେକ୍‌ ଜାମୁଲ, ଅଜୟ ମହାପାତ୍ର, ଯୁଧିଷ୍ଠିର ଦାସ, ସତ୍ୟମ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ବେହେରାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe