ବଡ଼ଚଣା ବ୍ଲକ୍ ସୁଙ୍ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖୋସାଲିପୁର ଗ୍ରାମ ନିକଟସ୍ଥ ମୁଣ୍ତାସାହିର ତୋଫାନି ଜର୍ଜଙ୍କ ୪ବର୍ଷର ପୁଅ ଚିଣ୍ଟୁ ଗତକାଲି ଅପରାହ୍ଣରେ ଘର ପାଖରୁ ନିଖୋଜ ହୋଇଯାଇଛି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୁଅର ସନ୍ଧାନ ପାଇନାହାନ୍ତି। ଶିଶୁପୁତ୍ରର ମା' ଲିଲି ଏନେଇ ଧାନମଣ୍ତଳ ଫାଣ୍ତିରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଏଏସପି ଜୟରାମ ଶତପଥୀ ଓ ଏସଡିପିଓ ଚିନ୍ମୟ ନାୟକ ପ୍ରମୁଖ ତଦନ୍ତ କରିବା ସହିତ ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ବଡ଼ଚଣା ପୁଲିସକୁ ନିର୍ଦେଶ ଦେଇଛନ୍ତି। ଆଜି ଏସଡିପିଓ ଶ୍ରୀ ନାୟକ ବଡ଼ଚଣା ଆସି ଏନେଇ ଥାନାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜ୍ୟରେ ଶିଶୁ ନିଖୋଜ ଏବଂ ହତ୍ୟା ଘଟଣା ବଢ଼ିଚାଲିଥିବାରୁ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛିି।
୪ବର୍ଷର ଶିଶୁପୁତ୍ର ନିଖୋଜ: ତଦନ୍ତ କରୁଛନ୍ତି ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ
Advertisment
ଚଣ୍ତିଖୋଲ/ବଡ଼ଚଣା : ବଡ଼ଚଣା ଅଞ୍ଚଳରୁ ଜଣେ ୪ବର୍ଷର ଶିଶୁପୁତ୍ର ନିଖୋଜ ଘଟଣାର ତଦନ୍ତ ପାଇଁ ଆଜି ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନିରଞ୍ଜନ କର ସଂପୃକ୍ତ ପରିବାରକୁ ଭେଟିଛନ୍ତି।
Follow Us