Killer Tusker: ନରହନ୍ତା ଦନ୍ତାର ଆତଙ୍କ: ହଇରାଣ କରୁଛି ହାତୀ, ଉପଦ୍ରବରେ ଅଣନିଃଶ୍ବାସୀ ମଣିଷ, ୩ ଦିନ ଧରି ନାକେଦମ୍ ବନ ବିଭାଗ...

Advertisment

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାରେ ଗୁରୁବାର ରାତିରୁ ଏକ ନରହନ୍ତା ଦନ୍ତାହାତୀର ଉପଦ୍ରବକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି ।

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାରେ ଗୁରୁବାର ରାତିରୁ ଏକ ନରହନ୍ତା ଦନ୍ତାହାତୀର ଉପଦ୍ରବକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି ।

Killer Tusker

Killer Tusker Photograph: (SAMBAD.IN)

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ମୌଜାରେ ଗୁରୁବାର ରାତିରୁ ଏକ ନରହନ୍ତା ଦନ୍ତାହାତୀ ର ଉପଦ୍ରବକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି । ବୁଧବାରରୁ ଗୋଠଛଡ଼ା ଦନ୍ତା କଅଁସ, ତଳଙ୍ଗି, ଓସ୍ତପାଳ, ବଡ଼ଖମଣ ଓ ପାଟଣା ଗାଁରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଓସ୍ତପାଳ ଗାଁର ମଦନ ମହାନ୍ତଙ୍କ ବାଡ଼ିରେ ୨ଟି ନଡ଼ିଆ ଗଛ ଭାଙ୍ଗି ଏହାର କନ୍ଦା ଖାଇଥିଲା। ମଙ୍ଗରାଜ ଦେହୁରୀଙ୍କ କଦଳୀ ବଗିଚାକୁ ଉଜାଡ଼ି ଦେଇଥିଲା। ତାଙ୍କ ଖଳାରୁ ଧାନ ଖାଇଥିଲା। ବଡ଼ଖମଣ ଗାଁର ଭୀମ ମାରାଣ୍ଡିଙ୍କ ଅଧାଗଢ଼ା ଘରେ ପଶି ଛତୁଆ ଓ ଚାଉଳ ଖାଇଥିଲା। ଧୀରେନ ମାରାଣ୍ଡିଙ୍କ ବାଡ଼ିରେ ୩ଟି ବଡ଼ କଦଳୀଗଛ ଭାଙ୍ଗି ଖାଇଥିଲା। ପାଟଣା ଗାଁର ସମରା ପିଙ୍ଗୁଆଙ୍କ ଖଳାରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହି ଏକ ଡୋଲିରୁ ପାଖାପାଖି ୩ କ୍ବିଣ୍ଟାଲ୍‌ ଧାନ ଖାଇଥିଲା। ୧୦ କ୍ବିଣ୍ଟାଲ ପାଖାପାଖି ଧାନ ଫିଙ୍ଗି ନଷ୍ଟ କରିଥିଲା। 

ଆହୁରି ପଢନ୍ତୁ- Shocking Incident: କୁକୁର ପାଇଁ ଚାଲିଗଲା ଜୀବନ: ପୋଷା ପ୍ରାଣୀ ପାଇଁ ପ୍ରାଣ ହାରିଦେଲେ ଦୁଇ ଭଉଣୀ...

ସେପଟେ ୩୨ ଜଣିଆ ବନ ବାହିନୀ ଉପସ୍ଥିତିରେ ଗ୍ରାମବାସୀ ଟାୟାର ଜାଳି ନିଆଁହୁଳା ଦେଖାଇଥିଲେ ହେଁ ଦନ୍ତା ବେଧଡ଼କ ଖାଇ ଚାଲିଥିଲା। ଖରା ପଡ଼ିବାରେ ହାତୀ ପାଟଣା ଗାଁ ସଂଲଗ୍ନ ହୁଡ଼ି ପାହାଡ଼କୁ ପଳାଇଥିଲା। ସୁକିନ୍ଦା ଓ ଟମକା ରେଞ୍ଜ୍‌ ପକ୍ଷରୁ ବନପାଳ ମାଣିକ ମୁଣ୍ଡା, ରାମ ତିରିଆ ଓ ନବ କୁମାର ବେହେରା ଏବଂ ବନରକ୍ଷୀ ଶୁଭେନ୍ଦୁ ସୁନ୍ଦର ପାଢ଼ୀ, ଗୌରାଙ୍ଗ ଜାରିକା, ସୋନାଲି ମାଝୀ, ରୋହିଆ ସିଂ ଓ ପ୍ରଶାନ୍ତ କୁମାର ଭୂୟାଁଙ୍କ ନେତୃତ୍ବରେ ୩୨ ଜଣିଆ ବନବାହିନୀ ୪ଟି ଦଳରେ ଭାଗ ହୋଇ ଜଙ୍ଗଲ ପାଖେ ହାତୀର ଗତିବିଧି ନିରୀକ୍ଷଣ କରୁଛନ୍ତି। ଉତ୍ତର ପାର୍ଶ୍ବରେ ବ୍ରାହ୍ମଣୀପାଳ ବନବାହିନୀ ସଜାଗ ଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ- Prime Minister's National Children's Award: ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ଗଜପତିର ଜ୍ୟୋତ୍ସ୍ନା

ଗତ ଅଗଷ୍ଟ ୨୯ ତାରିଖରୁ ଏହି ଗୋଠଛଡ଼ା ଦନ୍ତା ସାଥୀ ମାଈହାତୀ ସହ ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ୍ ପଟୁ ଜାତୀୟ ରାଜପଥ-୫୩ ର ଡିଭାଇଡର ଡେଇଁ ସୁକିନ୍ଦା ବୋତଲଣ୍ଡା ଗାଁରେ ଉପଦ୍ରବ କରିଥିଲା। ସପ୍ତାହ ପରେ କପିଳାସ ଅଭୟାରଣ୍ୟର ଶାନ୍ତ ଦନ୍ତାହାତୀ ବାହୁବଳୀ ସହ ସାଥୀହୋଇ ଟମକା, ବ୍ରାହ୍ମଣୀପାଳ, ଆନନ୍ଦପୁର ଓ ଦେଓଗାଁ ରେଞ୍ଜ୍ ବୁଲିଥିଲା। ଦେଓଗାଁରୁ ଘରମୁହାଁ ବାହୁବଳୀ ସେପ୍ଟେମ୍ବର ୨୨ ତାରିଖରେ କପିଳାସ ଫେରି ଯାଇଥିଲା। ହେଲେ ଦେଓଗାଁରୁ ପୁଣି ଏକୁଟିଆ ହୋଇଥିବା ଏହି ଦନ୍ତା ବାଲେଶ୍ବର ବନଖଣ୍ଡ ଓ ନୀଳଗିରି କୁଲଡିହା ଜଙ୍ଗଲରେ ଘୂରି ବୁଲିଥିଲା। ଗତ ୧୯ ତାରିଖରେ ସୋର ରେଞ୍ଜ୍ କୁପାରୀ ସେକ୍ସନ ଇଲାକାରେ ଜଣେ ଲୋକଙ୍କୁ ଦଳି ମାରିଥିଲା। ଅନ୍ୟ ଜଣେ ଗୁରୁତର ବ୍ୟକ୍ତି ଏବେ ଚିକିତ୍ସାଧୀନ ଥିବା ବିଭାଗୀୟ ସୂଚନା ମିଳିଛି। ଗତମାସ ଏହି ଦନ୍ତା ନୀଳଗିରି ଇଲାକାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କଚାଡ଼ି ମାରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe