ଜୁଆ ଖେଳକୁ ନେଇ ଛୁରାମାଡ଼, ଜଣେ ଗୁରୁତର

Advertisment
ଜୁଆ ଖେଳକୁ ନେଇ ଛୁରାମାଡ଼, ଜଣେ ଗୁରୁତର

ବ୍ୟାସନଗର : ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ ଆଜି ଅପରାହ୍‌ଣରେ ଜୁଆ ଖେଳକୁ ନେଇ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି । ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଭାବେ ଆହତ ହୋଇଥିବା ଡ୍ରାଇଭର ଜଣକ  ହେଲେ କୋରେଇ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ବିରଞ୍ଚି ମହାରଣା (୪୦) । ଛୁରା ମାଡ଼ କରିଥିବା ଡ୍ରାଇଭର ସୁଧୀର କୁମାର ଧିରଙ୍କୁ ଯାଜପୁର ରୋଡ ପୁଲିସ ଅଟକ ରଖିଛି। ତାଙ୍କ ଘର କୋରେଇ ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ଗ୍ରାମରେ ବୋଲି ଜଣାପଡିଛି ।

publive-image

ଘଟଣାରୁ ପ୍ରକାଶ ଯେ, ଦୁଇ ଡ୍ରାଇଭର ଜୁଆ ଖେଳୁଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉପସ୍ଥିତ ଲୋକେ ଉଭୟଙ୍କୁ ବୁଝା‌ସୁଝା କରି ସମାଧାନ କରିଥିଲେ। ହେଲେ ବିରଞ୍ଚି ବସିଥିବା ସମୟରେ ସୁଧୀର ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ୧୦୮ ଆମ୍ବୁଲାନ୍ସରେ ବିରଞ୍ଚିଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଧୀରକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe