ଶିକ୍ଷୟିତ୍ରୀଙ୍କ ହତ୍ୟାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Advertisment
ଶିକ୍ଷୟିତ୍ରୀଙ୍କ ହତ୍ୟାର ପ୍ରତିବାଦ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କୋରେଇ/ରଗଡ଼ି: କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଉଗ୍ରତାରା ନୋଡାଲ ଉ:ପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କ ହତ୍ୟା ପ୍ରତିବାଦରେ ଆଜି କୋରେଇ ବ୍ଲକ୍‌ ଶିକ୍ଷା ସହାୟକ ସଂଘ ପକ୍ଷରୁ କୋରେଇ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ୍‌ର ଗୁରୁକୂଳ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ବ୍ଲକ୍‌ ସଙ୍ଘର ଉପଦେଷ୍ଟା ଚନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ନିରବ ପ୍ରାର୍ଥନା କରାଯିବା ପରେ ଏକ ଶୋକସଭା କରାଯାଇଥିଲା । ବ୍ଲକ୍‌ ସଂଘର ସଭାପତି ସୁଧାଶଙ୍କର ବିଶ୍ୱାଳ ଓ ସମ୍ପାଦକ ପ୍ରଭାକର ଯେନାଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷାସହାୟକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe