କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି ସର୍କଲ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ନାଏକସାହି ବସ୍ତିରେ ବୁଧବାର ବିଳମ୍ବିତ ରାତି ଦଳିତ ବୃଦ୍ଧା ସ୍ବର୍ଗତ ଅଲା ନାଏକଙ୍କ ପତ୍ନୀ ତପି(୬୨)ଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳୁ ବସ୍ତିର ନିର୍ଦ୍ଧାରିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟକୁ ସ୍ଥାନୀୟ ଜଣେ ମହିଳା ଓ ତାଙ୍କର କିଛି ସମର୍ଥକ ବିରୋଧ କରିଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାକୁ ନେଇ ଶବ ଶୋଭାଯାତ୍ରା ଓ ଶ୍ମଶାନରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ତେବେ ବିକଳ୍ପ ବ୍ୟବସ୍ଥା ନଥିବା ଜାଣି ଓ ସମୟ ଗଡ଼ି ଯାଉଥିବା ପରିପ୍ରେକ୍ଷୀରେ ସଂଘବଦ୍ଧ ବସ୍ତିବାସିନ୍ଦା ଉକ୍ତ ଶ୍ମଶାନକୁ ଘେରାବନ୍ଦୀ କରି ତପିଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ। ପ୍ରସଙ୍ଗକୁ ନେଇ ବସ୍ତିରେ ଉତ୍ତେଜନା ଲାଗିରହିଛି।
ଶ୍ମଶାନ ଉପରେ ଘର ନିର୍ମାଣ ଦାବି!
ଗାଁର ସର୍ବସାଧାରଣ ଶ୍ମଶାନରେ ସଂସ୍କାର ସୁଯୋଗ ନଥିବାରୁ ନାଏକସାହି ବାସିନ୍ଦା ୪ ପିଢ଼ି ଧରି କଅଁସତଳିର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଶ୍ମଶାନ ଭାବେ ବ୍ୟବହାର କରିଆସୁଥିବା ନେଇ ଗାଁର କାଳନ୍ଦୀ ନାଏକ, ପୁନିଆ ନାଏକ, ପ୍ରମିଳା ନାଏକ, କୀର୍ତ୍ତନ ନାଏକ, ପ୍ରମିଳା ନାଏକ ପ୍ରମୁଖ କହନ୍ତି। ୧୦ ବର୍ଷ ତଳେ ରଞ୍ଜନ ନାଏକଙ୍କ ନାବାଳକ ପୁଅ ଦଣ୍ଡୁଆ(୧୦)ଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟ ସମୟରେ ସଂପୃକ୍ତ ମହିଳା ଜଣକ ଏହାକୁ ବିରୋଧ କରିଥିଲେ। ତପିଙ୍କ ଶେଷକୃତ୍ୟ ପାଇଁ ସଂପର୍କୀୟ ଶ୍ୟାମ ନାଏକ ପ୍ରସ୍ତାବିତ ଜୁଇ ସ୍ଥାନରେ ସଫା କରୁଥିଲେ। ସଂପୃକ୍ତ ମହିଳା ଜଣକ ପାଖକୁ ଆସି ‘ଏହା ଆମ ପଟ୍ଟା ଜାଗା, ଆମ ପରିବାର ବଢ଼ିଲେଣି, ଆମେ ଏଠି ଘର କରିବୁ, ଏଠି ତୁମେ ଆଉ ସଂସ୍କାର କରିପାରିବନି, ଏଠାରୁ ଯଥାଶୀଘ୍ର ପଳାଅ’ ବୋଲି କହିଥିଲେ। ଶ୍ମଶାନକୁ ଶୋକଯାତ୍ରା ସମୟରେ ଏହି ମହିଳା ଓ ତାଙ୍କ ସମର୍ଥକ କାନ୍ଧ ଦେଇଥିବା ସଂପର୍କୀୟ କିଶୋର ନାଏକ, କ୍ରିଷ୍ଣା ନାଏକ, ଜ୍ବାଇଁ କେଶବ ନାଏକ, ପୁଅ ମାନସ ନାଏକ ପ୍ରମୁଖଙ୍କୁ ଗାଳିଗୁଲଜ କରିଥିଲେ। ପ୍ରସଙ୍ଗକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। ବସ୍ତିର ପ୍ରତ୍ୟେକ ଘରୁ ଓ ବନ୍ଧୁବାନ୍ଧବ ସଂଘବଦ୍ଧ ଭାବେ ଉକ୍ତ ଶ୍ମଶାନରେ ପହଞ୍ଚି ତପିଙ୍କ ଶେଷକୃତ୍ୟ କରିଥିଲେ।
ଆହୁରି ପଢ଼ନ୍ତୁ: Police Constable Dead: ୪ବର୍ଷ ପରେ ନେଇଥାନ୍ତେ ଅବସର, ଆନ୍ଦୋଳନ ପାଇଁ ଡ୍ୟୁଟିରେ ଥିବା ବେଳେ କନେଷ୍ଟବଳଙ୍କ ମୃତ୍ୟୁ
ସରଜମିନ ତଦନ୍ତ ହେବ: ତହସିଲଦାର
ଗାଁର ସର୍ବସାଧାରଣ ଶ୍ମଶାନକୁ ଏଯାବତ୍ ଯାଇ ପାରୁନଥିବା ଦଳିତମାନେ ପାଖାପାଖି ଶହେବର୍ଷର ବିକଳ୍ପ ଶବ ସଂସ୍କାର ବ୍ୟବସ୍ଥାକୁ ମୁଷ୍ଟିମେୟ ପରିବାରର ବିରୋଧକୁ ନେଇ ଗାଁରେ ମେଳି କରାଯାଇଥିଲା। ଦଳିତଙ୍କ ପାଇଁ ଶ୍ମଶାନ ବ୍ୟବସ୍ଥା କ’ଣ ନାହିଁକି ବୋଲି ବସ୍ତିବାସିନ୍ଦା ଓଲଟା ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ଅଭିଯୋଗ କରାଯିବ ବୋଲି ଗାଁରେ ନିଷ୍ପତ୍ତି ହୋଇଛି। ଏ ସଂପର୍କରେ ସରପଞ୍ଚ ଅଞ୍ଜଳି ଦେହୁରୀଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ତାଙ୍କ ଘର ଓ ପାଖାପାଖି ଟେଲି ବ୍ୟବସ୍ଥା ନଥିବାରୁ ସମ୍ଭବ ହୋଇନଥିଲା। ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରେ ଖୁବଶୀଘ୍ର ସରଜମିନ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/07/kaliapani-2025-11-07-18-30-57.jpg)