ନୂଆପଡ଼ା: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ଆଜି ରୋଡ୍ ସୋ’ ପରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଶାସକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିକୁ କ୍ଷମତା ମିଳିବାର ୧୫ ମାସ ଅତିକ୍ରମ କରିଛି। କିନ୍ତୁ ଏହି ସମୟ ମଧ୍ୟରେ ସରକାର କିଛି କରି ନାହାନ୍ତି। କେବଳ ପ୍ରଚାରରେ ବିକାଶ ହୋଇନି ବୋଲି କହିଛନ୍ତି।
ବିଜେଡିର ଶାସନରେ ବିକାଶ ହୋଇଥିଲା: ନବୀନ
ଜନସାଧାରଣଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ବିଜେଡିର ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସବୁ କ୍ଷେତ୍ରରେ ବିକାଶ ହୋଇଥିଲା। ସରକାର ବଦଳିବା ପରେ ବିକାଶରେ ବାଧା ଉପୁଜିଛି। ନୂଆ ସରକାର କେବଳ ମିଛ ପ୍ରଚାର କରୁଛନ୍ତି। ରଂଗମରା ବିକାଶ କାମ କରୁଛନ୍ତି।
୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ମିଳିଲା କି?
ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି କ୍ଷମତାକୁ ଆସିଲେ ପରିବାର ପିଛା ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ ବୋଲି କହିଥିଲା। ବରିଷ୍ଠ ନାଗରିକଙ୍କୁ ୩୫୦୦ ଟଙ୍କା ପେନ୍ସନ ମିଳିଲା କି? ଚାଷୀଭାଇମାନଙ୍କୁ ୟୁରିଆ ସାର ମିଳିଲା କି? ମିସନ ଶକ୍ତି ମା’ମାନଙ୍କୁ ଋଣ ମିଳୁଛି କି? କଟନି ଛଟନି ବନ୍ଦ ହେଲା କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ନୂଆ ସରକାରରେ କେବଳ ଧୋକ୍କା ମିଳିଛି। ରାଜ୍ୟବାସୀଙ୍କୁ ଡବଲ ଧୋକା ମିଳିଛି।
ଆହୁରି ପଢ଼ନ୍ତୁ: Nitin Gadkari In Bhubaneswar: ବିଶ୍ବସ୍ତରୀୟ ଭିତ୍ତିଭୂମି ଆମର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ
ଲୋକଙ୍କ ସହିତ ବିଜେଡି ଅଛି: ନବୀନ
ବିଜେଡି ସଭାପତି କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି, ଆପଣମାନଙ୍କ ସହିତ ବିଜେଡି ଅଛି। ଏଥି ପାଇଁ ମୁଁ ବିଜେଡି ମହିଳା ନେତ୍ରୀଙ୍କୁ ନୂଆପଡ଼ା ନିର୍ବାଚନରେ ପ୍ରାର୍ଥୀ କରିଛି। ଆପଣମାନଙ୍କର ସେବା କରିବାକୁ କହିଛି। ଆପଣମାନଙ୍କୁ ନିବେଦନ କରୁଛି, ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।
ନବୀନଙ୍କ ପ୍ରଚାରରେ ସମର୍ଥକଙ୍କ ଭିଡ଼
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ନୂଆପଡ଼ାରେ ପହଞ୍ଚି ଥିଲେ। ତାଙ୍କର ପ୍ରଚାର ପାଇଁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଭିଡ଼ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/07/naveen-patnaik-2025-11-07-17-02-49.jpg)