ନୂଆପଡ଼ା: ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ଟାର୍ଗେଟ କରିଛନ୍ତି। ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, କୌଣସି ଦ୍ରବ୍ୟର ଚୋରି ହୋଇଥାଏ। ଏକଥା ବୋଧହୁଏ ନବୀନ ବାବୁଙ୍କୁ ଜଣାନାହିଁ। ବିଜେଡି ଘୃଣ୍ୟ ରାଜନୀତି କରି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଏକ ଦ୍ରବ୍ୟରେ ପରିଣତ କରି ଦେଇଛି, ଯାହା ଅତ୍ୟନ୍ତ ଦୁଃଖର ବିଷୟ।
ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି। ହୃଦ୍ ଜନିତ ଓ କିଡନି ଭଳି ଜଟିଳ ସମସ୍ୟା ହେତୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି। ବିଜେଡିର କେହି ନେତା ଫୋନ୍ କରିନଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆର୍ଥିକ ସହାୟତା ମାଗିଥିଲେ ବି ବିଜେଡିର କେହି ନେତା ତାଙ୍କ କଥା ଶୁଣିନଥିଲେ। ଏଇଥିରୁ ଆପଣମାନେ ବୁଝିପାରୁଥିବେ ବିଜେଡି ତାର ବିଧାୟକମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରେ। ପୁଅ ଜୟ ଢୋଲକିଆ ବାପା ରାଜେନ୍ଦ୍ର ଢୋଲକିଆଙ୍କୁ କିଡନି ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ କିଡନି ପ୍ରତ୍ୟାରୋପଣ ପୂର୍ବରୁ ଆଖି ବୁଜିଥିଲେ ରାଜେନ୍ଦ୍ର ଢୋଲକିଆ। ଜଣେ ଡାକ୍ତର ଭାବେ ଡାକ୍ତର ସମ୍ବିତ ପାତ୍ର ଏଠାରେ ରୋଗର ଉତ୍ତମ ବିଶ୍ଳେଷଣ କରିଥିଲେ।
ଆହୁରି ପଢ଼ନ୍ତୁ:Mohan targets Naveen: ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ: ପେଷିଲେ ପାଲଟା ‘ବେଇମାନ’ ବାଣ
ଏହି ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଢୋଲକିଆଙ୍କ ବିଧବା ପତ୍ନୀ ତଥା ପୁଅ ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ଏବଂ ରାଜେନ୍ଦ୍ର ଢୋଲକିଆଙ୍କ ସାନଭାଇ ମଧ୍ୟ ଉପସ୍ଥିତ ଥିଲେ।
ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ସାମ୍ନାକୁ ଆସିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଅନେକ ଅକୁଆ କଥା କହିଛନ୍ତି। ତାଙ୍କର ସ୍ବାମୀ ଅସୁସ୍ଥ ହେବା ଠାରୁ ଆରମ୍ଭ କରି ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପର୍ଯ୍ୟନ୍ତ ଘଟଣାକ୍ରମ ବଖାଣିଛନ୍ତି।
କଳ୍ପନାଙ୍କ ଭିଡିଓ ବାର୍ତ୍ତା…
କଳ୍ପନା ଢୋଲକିଆ ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ ମାଧ୍ୟମରେ ଭିଡିଓ ବାର୍ତ୍ତା ଜାରି କହିଛନ୍ତି। ସେ କହିଛନ୍ତି ଯେ, ଆଜି ମୋର ପରିବାର ସଂପର୍କରେ କିଛି କଥା କହିବାକୁ ସାମାଜିକ ଗଣମାଧ୍ୟମକୁ ଆସିଛି। ମୋର ପତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ପାଖାପାଖି ୨୪ ବର୍ଷ ଯାଏଁ ଗୋଟିଏ ଦଳ ‘ବିଜୁ ଜନତା ଦଳ’ ପାଇଁ ପୂରା ନିଷ୍ଠାର ସହିତ କାମ କରିଛନ୍ତି। କିନ୍ତୁ ତାଙ୍କର ଅନ୍ତିମ ସମୟରେ ଯେତେବେଳେ ସେ ଅସୁସ୍ଥ ଥିଲେ, ସେହିସମୟରେ ବିଜେଡି ପକ୍ଷରୁ କେହି ପଚାରି ନଥିଲେ। କେହି ଫୋନ୍ କରିନଥିଲେ। ରାଜେନ୍ଦ୍ର ଢୋଲକିଆ କେମିତି ଅଛନ୍ତି ବୋଲି ପଚାରି ନଥିଲେ।
ବିଜେଡି ଛାଡ଼ିବା କାରଣ କହିଲେ କଳ୍ପନା
ରାଜେନ୍ଦ୍ର ଢୋଲକିଆ ୨୪ ବର୍ଷ ପର୍ଯ୍ୟନ୍ତ ବିଜେଡିକୁ ସମୟ ଦେଇଥିଲେ। ଏହା ପରେ ମଧ୍ୟ ବିଜେଡି ଆମକୁ ଅଣଦେଖା କରିଥିଲା। ଏଠାରେ ମୁଁ କହିବାକୁ ଚାହୁଁଛି, ନିଜର ଲୋକ ଯେତେବେଳେ ସହଯୋଗ ନକରନ୍ତି ମନୋବଳ ଭାଙ୍ଗିଯାଇଥାଏ। ବିଜେଡିର ଅଣଦେଖା ଯୋଗୁଁ ଆମେ ଦଳରେ ନରହିବାର ହେଉଛି ପ୍ରମୁଖ କାରଣ।
ନୂଆପଡ଼ାର ବିକାଶ ପାଇଁ ବିଜେପିରେ ଜୟ: କଳ୍ପନା
ଦୁଃଖର କଥା ହେଲା ଯେ, ସେହିମାନେ ଆଜି ଆମ ପରିବାରିକ ସଂପର୍କ ଉପରେ ଟିପ୍ପଣୀ ଦେଉଛନ୍ତି। ଯେଉଁ ବ୍ୟକ୍ତି ୨୪ ବର୍ଷ ସମୟରେ ଦେଇଥିଲେ, ତାଙ୍କର ପୁଅଙ୍କୁ ନେଇ ଅଙ୍ଗଳି ଉଠାଇବା ଶାଳୀନ ଅଥବା ସମ୍ବେଦନଶୀଳ ରାଜନୀତି ନୁହେଁ କି ବୋଲି କଳ୍ପନା ପ୍ରଶ୍ନ କରିଛନ୍ତି। ମୁଁ ଏଠାରେ ଗୋଟିଏ କଥା କହିବାକୁ ଚାହୁଁଛି, ଢୋଲକିଆଙ୍କୁ ନେଇ କହିବାର ପରିବାରର ଅଧିକାର ଅଛି। ଅନ୍ୟ କୌଣସି ଦଳର ନୁହେଁ। ବିଜେଡି ଦ୍ବାରା ଢୋଲକିଆଙ୍କ ଫଟୋ ନେଇ ପ୍ରଚାର କରିବାର ପରିବାର ପକ୍ଷରୁ ବିରୋଧ କରାଯାଉଛି। କୁହାଯାଉଛି ଯେ, ଜୟ ଅର୍ଥ ଓ ଟଙ୍କାର ଲାଭ ନେଇ ଦଳ ବଦଳାଇଛନ୍ତି। ଏହା ସଂପୂର୍ଣ୍ଣ ମିଛ। ନୂଆପଡ଼ାର ବିକାଶ ତୀବ୍ର ପାଇଁ ବିଜେପିରେ ଜୟ ଯୋଗ ଦେଇଛି। ସ୍ବର୍ଗତ ଢୋଲକିଆଙ୍କର ଏହା ସ୍ବପ୍ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-3-2025-11-07-13-33-47.jpg)