ବରୀ: ବ୍ରାହ୍ମଣୀ ନଦୀ ଉପରେ ସାରଙ୍ଗପୁର ନିକଟରେ ବାଇଁଶିରିଆ ସାରଙ୍ଗପୁର ସେତୁ ନିର୍ମାଣ ଚାଲିଛି। ୧୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ସେତୁ ନିର୍ମାଣ କାମ ଦେଖିବାକୁ କିମ୍ବା ମାନ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ମଧ୍ୟ ରହୁନାହାଁନ୍ତି। ଗ୍ରାମ୍ୟଉନ୍ନୟନ ବିାଭଗ ଦ୍ବାରା ନିର୍ମାଣ ହେଉଥିବା ଏହିସେତୁର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଜଣାପଡ଼ିଛି। ସେତୁ ନିର୍ମାଣରେ ଢଳାଇରେ ମୋଟା ବାଲି ବ୍ୟବହାର କରିବାକୁ ଏଷ୍ଟିମେଣ୍ଟରେ ବ୍ୟବସ୍ଥା ରଖାଯାଇ ରୁଢିଆନଦୀରୁ ବାଲି ଆଣିବାକୁ ପ୍ରାବଧାନ ଥିଲା ବେଳେ ସେହି ଅନୁସାରେ ମୂଲ୍ୟମଧ୍ୟ ପ୍ରଦାନ କରାଯାଇଛି। ମାତ୍ର ନିମାଣକାରୀ ସଂସ୍ଥା ନିର୍ମାଣ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଟ୍ରିପ୍ ରୁଢିଆର ମୋଟାବାଲି ନିର୍ମାଣ ସ୍ଥଳକୁ ଆଣିନଥିବା ଜଣାପଡ଼ିଛି।
ସେହି ବ୍ରାହ୍ମଣୀ ନଦୀରେ ଥିବା ଧୁଧୁ ପତଳା ବାଲିକୁ ଢଳାଇରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବାଲିହିତ ଯେଉଁ ବଜିରି ମିଶାଯାଉଛି ତାହାମଧ୍ୟ ନଦୀପଠାରେ ପଡ଼ି ମାଟିଆ ଦେଖାଯାଉଛି। ସେତୁର ମୁଳଆଧାର ପିଲର ହୋିଥିବା ବେଳେ ଏଥିରେ ପିଲର ଢଳାଇରେ ବ୍ୟବହାର କରାଯାଉଥିବା ପତଳାବାଲି ଢଳାଇକୁ କେତେ ସ୍ଥାୟୀତ୍ବ ଦେବ ତାକୁ ନେଇ ଉଠିଛି ପ୍ରଶ୍ନ।
ଆହୁରି ପଢ଼ନ୍ତୁ: IIT Bombay Hostel: ଆଇଆଇଟି ବମ୍ବେର ହଷ୍ଟେଲରୁ ୫ ଜୀବନ୍ତ କାର୍ଟ୍ରିଜ୍ ଜବତ: ବିହାର ସହ ରହିଛି ଲିଙ୍କ୍
ଅପରପକ୍ଷରେ ଢଳାଇ ପଡୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ନରହିବା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି ଯେ ପିଲର ଢଳାଇ ପଡୁଥିବାର ସୂଚନା ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ନିକଟରେ ନଥିବା। ଏସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବିନୋଦ ଶିଅଳଙ୍କୁ ପଚାରିବାରୁ କହନ୍ତିଯେ ଆଜି ଢଳାଇ ପଡୁଥିବା ଖବର ତାଙ୍କ ପାଖରେ ନାହିଁ। ଢଳାଇରେ ରୁଢିଆନଦୀର ମୋଟାବାଲି ବ୍ୟବହାର କରିବାକୁ ଏଷ୍ଟିମେଣ୍ଟରେ ରଖାଯାଇଥିବା ସୂଚନା ଦେଇଥିଲା ବେଳେ ବ୍ରାହ୍ମଣୀ ନଦୀର ପତଳା ବାଲି କିପରି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଥମଥମ ହୋଇ ପଚାରି ବୁଝୁଛି ବୋଲି କହି ଫୋନ କାଟି ଦେଇଥିଲେ। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Follow Us