କାଞ୍ଜିଆ ବଜାରରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

କାଞ୍ଜିଆ ବଜାରରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

ଚଣ୍ଡିଖୋଲ: ବଡ଼ଚଣା ଥାନା ଦେଉଳକୁର ଗ୍ରାମର କାଞ୍ଜିଆ ବଜାରରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଘରୁ ଓ ଦୋକାନରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ କେସ ନମ୍ବର ୧୧୫/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇ ଭାଇ ଉମେଶ ଶିବ ଦାସ ଓ ଜିନେସ ଶିବ ଦାସ ଅନେକ ବର୍ଷ ହେବ କାଞ୍ଜିଆ ବଜାରରେ ଘର କରି ରହୁଛନ୍ତି। ସାନଭାଇ ଜିନେସ ଏଠାରେ ଷ୍ଟେସନାରି ବ୍ୟବସାୟ କରୁଥିବାବେଳେ ବଡ଼ଭାଇ ଉମେଶ ଡିଲର କାର୍ଯ୍ୟ କରୁଛନ୍ତି।

ରାତିରେ ଦୁର୍ବୃତ୍ତମାନେ ପ୍ରଥମେ ଜିନେଶଙ୍କ ଦୋକାନ ଘର ଭାଙ୍ଗି ଉମେଶଙ୍କ ଘର ଭିତରେ ପଶିଥିଲେ। ଉମେଶଙ୍କ ଆଲମାରି ଭାଙ୍ଗି ସେଥିରେ ଥିବା ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଆଜି ସକାଳେ ଦୁଇ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଚୋରିରେ ବ୍ୟବହୃତ ରଡ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe