ବନ୍ଧୁକ ଦେଖାଇ ଦୁଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ୍‌ ଲୁଟ୍‌: ସିସି କ୍ୟାମେରାରେ ଲୁଟେରାଙ୍କ ଫଟୋ

Advertisment
ବନ୍ଧୁକ ଦେଖାଇ ଦୁଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ୍‌ ଲୁଟ୍‌: ସିସି କ୍ୟାମେରାରେ ଲୁଟେରାଙ୍କ ଫଟୋ

କାଳିଆପାଣି: ସୁକିନ୍ଦା ଥାନା ଅଞ୍ଚଳରେ ୨ ଅଜ୍ଞାତ ବନ୍ଧୁକଧାରୀ ଦୁଇଟି ସ୍ଥାନରେ ଦୁଇଜଣ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ୍‌ ଲୁଟି ନେଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ମମତା ମଞ୍ଜରୀ କର(୫୫) ସ୍କୁଲରୁ ଦୁଇ କିଲୋମିଟର ଦୂର ଦାମୋଦରପୁରସ୍ଥିତ ଘରକୁ ଫେରୁଥିଲାବେଳେ ଲୁଟ୍‌ର ଶିକାର ହୋଇଥିଲେ। ସେହିପରି ଦଲକୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଅମ୍ବିକା ସେଠୀ(୫୬) ସ୍କୁଲରୁ ୧୪ କିଲୋମିଟର ଦୂର ହାତୀବାରିସ୍ଥିତ ଘରକୁ ଫେରିବା ବାଟରେ ଲୁଟ୍‌ର ଶିକାର ହୋଇଥିଲେ। ୨ଟିଯାକ ସ୍ଥାନରେ ସମାନ ଲୁଟେରାଦ୍ବୟ ଲୁଟ୍‌ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ଆଇପିସି ଦଫା ୩୯୨/୩୪ ଓ ୨୫ ସଶସ୍ତ୍ର ଆଇନରେ ଥାନାରେ ୨ଟି ପୃଥକ ମାମଲା ୩୯/୨୪ ଓ ୪୦/୨୪ ରୁଜୁ ହୋଇଛି। ପୁଲିସ ପକ୍ଷରୁ ବ୍ୟାପକ ତନାଘନା ‌ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି। ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ପାଇଁ ଲୁଟେରାଙ୍କୁ ଧରିବା ଏକ ବଡ଼ ଆହ୍ବାନ ହୋଇଛି।
୩ ବର୍ଷ ତଳେ ମଙ୍ଗଳପୁର-ଦାମୋଦରପୁର ନୋଡାଲ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ନମିତା ସାମଲଙ୍କ ଠାରୁ ସମାନ ଢଙ୍ଗରେ ୨ ଲୁଟେରା ବାଇକ୍‌ରେ ଆସି ସୁନା ଚେନ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe