ବ୍ୟବସାୟୀଙ୍କୁ ଆକ୍ରମଣ କରି ୧.୭୯ ଲକ୍ଷ ଟଙ୍କା ଲୁଟ୍‌

Advertisment
ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍‌

Sambad

ଚଣ୍ତିଖୋଲ/ଛତିଆ : ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଦୁଇ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟିନେଇ ଛୁ ମାରିଛନ୍ତି । ଏନେଇ ବଡ଼ଚଣା ଥାନାରେ ଅଭିଯୋଗ ହେବା ପରେ ପୁୁଲିସ ପକ୍ଷରୁ ତନଘନା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ–ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଳଦା ଗ୍ରାମର ଧୀରେନ୍ଦ୍ର ନାୟକ ନାମକ ଜଣେ ବ୍ୟବସାୟୀ ଆଜି ଦିନ ଗୋଟାଏ ସମୟରେ ଏକ ପିକ୍ଅପ୍‌ ଯୋଗେ ୧୬ ନଂ ଜାତୀୟ ରାଜପଥ ଦେଇ କଟକ ମାଲଗୋଦାମକୁ ସଉଦା ଆଣିବାକୁ ଯାଉଥିଲେ। ଏହି ରାଜପଥର କଡେଇ ଛକ ନିକଟରେ ଦୁଇ ଜଣ ଲୁଟେରା ଏକ ପଲସର ମୋଟର ସାଇକେଲରେ ଆସି ଧୀରେନ୍ଦ୍ରଙ୍କ ଗାଡି ଅଟକାଇବା ସହିତ ଏକ ଲୁହା ରଡରେ ପିକ୍ଅପ ଭ୍ୟାନର ସାମନା ପଟକୁ ବାଡେଇଥିଲେ। ଗାଡ଼ି ଅଟକିବାରୁ ଦୁର୍ବୃତ୍ତମାନେ ମାଡ ମାରି ତାଙ୍କ ନିକଟରୁ ୧ଲକ୍ଷ ୭୯ ହଜାର ଟଙ୍କା ଥିବା ଏକ ବ୍ୟାଗକୁ ଝାମ୍ପି ନେଇ କଟକ ଅଭିମୁଖେ ପଳାଇଯାଇଥିଲେ। ଏହି ଘଟଣା ପରେ ବ୍ୟବସାୟୀ ଜଣକ ବଡଚଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe