ଦଶରଥପୁର: ବୈତରଣୀ ଓ ଏହାର ଶାଖା କାଣୀନଦୀ ବନ୍ୟାରେ ଦଶରଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେଇଛି। ବନ୍ୟା ପାଣି କମିଥିଲେ ମଧ୍ୟ ନଦୀକୂଳିଆ ଲୋକଙ୍କ ଦୁର୍ଦଶା କମିନାହିଁ। ପ୍ରଶାସନ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ବନ୍ୟାରେ ମୋଟ ୮ ଗୋଟି ପଞ୍ଚାୟତ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୫ ଗୋଟି ଯଥା- କୟାଁ, କମାରଡିହ, ଖାନନଗର, ନିଜାମପୁର, ଦତ୍ତପୁର ଆଦି ପଞ୍ଚାୟତ ସଂପୂର୍ଣ୍ଣ ଓ ୩ ଗୋଟି ପଞ୍ଚାୟତ- କଟିକଟା, ଜୟନ୍ତରା ଓ ବିରିପଟା ଆଂଶିକଭାବେ ପ୍ରଭାବିତ ହୋଇଛି। ସଂପୂର୍ଣ୍ଣ ପ୍ରଭାବିତ ପଞ୍ଚାୟତ ସମେତ ବିରିପଟା ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ୫୦ କୁଇଣ୍ଟାଲ ୧୪ କିଗ୍ରା ଚୁଡା ଓ ୫ କୁଇଣ୍ଟାଲ ଗୁଡ଼ ପ୍ରଦାନ କରାଯାଇଛି।
ସେହିପରି ଚଳିତ ବନ୍ୟାରେ ବ୍ଲକ ଅଧୀନ ୧୪ ଗୋଟି ପଞ୍ଚାୟତରେ ବନ୍ୟାଜଳ ମାଡ଼ିଯାଇ ବ୍ୟାପକ ଚାଷଜମି ନଷ୍ଟ କରିଛି। କସପା, ଦୁଦୁରାଅନ୍ତା, ମଲ୍ଲିକାପୁର, କୟାଁ, କମାରଡିହ, ନିଜାମପୁର, ଦତ୍ତପୁର, ଖାନନଗର, ଥାଲକୁଡ଼ି, ବିରିପଟା, ଶୁଶୁଆ, ଛଚିଣା, ଜାଫରପୁର ଓ ପାଲଟପୁର ଆଦି ପଞ୍ଚାୟତର ମୋଟ ୪୩୬୮ ହେକ୍ଟର ଜାଷଜମିରେ ବନ୍ୟାପାଣି ମାଡ଼ି ଯାଇଛି। ସେଥିମଧ୍ୟରୁ ୪୩୦୯ ହେକ୍ଟର ଧାନଚାଷ ଓ ୫୯ ହେକ୍କର ପରିବା ଚାଷ ନଷ୍ଟ ହୋଇଥିବା ଜଣାପଡ଼ିଛି।
ଦଶରଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି: ବନ୍ୟାରେ ୩୦ ହଜାର ଲୋକ ପ୍ରଭାବିତ
Advertisment
Follow Us