ଘର ଅଗଣାରେ ଚୌକିରେ ବସିଥିଲେ ମହିଳା: ବେକରୁ ସୁନାହାର ଝାମ୍ପିନେଲେ ଲୁଟେରା

ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ

ବ୍ୟାସନଗର: ବ୍ୟାସନଗରରେ ପୁଣି ମାତିଛନ୍ତି ସୁନାଚେନ୍‌ ଲୁଟେରା। ସହରର କହ୍ନେଇପୁରସ୍ଥିତ ଶିବମନ୍ଦିର ଗଳିରେ ଘର ଅଗଣାରେ ବସିଥିବା ଜଣେ ମହିଳାଙ୍କ ବେକରୁ ସୁନାହାରକୁ ଝାମ୍ପି ନେଇ ଚମ୍ପଟ ମାତିଛନ୍ତି ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟା ସାଢେ ୫ ଟାରେ ମଞ୍ଜୁବାଳା ଶତପଥୀ ତାଙ୍କ ଘର ଅଗଣାରେ ଚୌକିରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଏକ ବାଇକ୍‌ ଯୋଗେ ମଞ୍ଜୁବାଳାଙ୍କ ପାଖରେ ପହଞ୍ଚି ‘ଭାଇ ନାହାନ୍ତି କି’ ବୋଲି ପଚାରିଥିଲେ। ମଞ୍ଜୁବାଳା କେହିନାହାନ୍ତି ବୋଲି କହିଥିଲେ। ଏହା ଭିତରେ ୨ ଜଣ ଦୁର୍ବୃତ୍ତ ହଠାତ ତାଙ୍କୁ ଧକ୍କା ଦେଇ ସେ ପିନ୍ଧିଥିବା ୩ ଭରି ଓଜନର ସୁନାହାରକୁ ନେଇ ଚମ୍ପଟ ମାରିଥିଲେ।

ମଞ୍ଜୁବାଳାଙ୍କ ପାଟି ଶୁଣି ପାଖ ପଡ଼ୋଶୀ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଲୁଟେରା ଫେରାର ହୋଇଯାଇଥିଲେ। ପରିବାର ଲୋକମାନେ ପହଞ୍ଚିବା ପରେ ଏ ସଂକ୍ରାନ୍ତରେ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe