ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ଆକ୍ରମଣ; ଘଟଣା ପରେ ଫେରାର୍‌ ‌ହୋଇଗଲେ ମଦ୍ୟପ

Advertisment
ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ଆକ୍ରମଣ; ଘଟଣା ପରେ ଫେରାର୍‌ ‌ହୋଇଗଲେ ମଦ୍ୟପ

www.google.com

ଧର୍ମଶାଳା: ଯାଜପୁର ଜିଲ୍ଳାର ଧର୍ମଶାଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଟିଜଙ୍ଘା ଗ୍ରାମର  କିଛି  ମଦ୍ୟପ ଯୁବକ ଜଣେ ଡ୍ରାଇଭରଙ୍କୁ ରାମକୋ କମ୍ପାନି ସାମ୍ନାରେ ଚାନ୍ଦା ମାଗିଥିଲେ। ଡ୍ରାଇଭର ଜଣକ ଟଙ୍କା ନଦେବାରୁ ମଦ୍ୟପମାନେ ଡ୍ରାଇଭରଙ୍କ ସମେତ ତାଙ୍କ ସାଙ୍ଗରେ ଥିବା ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି।

ମଦ୍ୟପ ଯୁବକମାନଙ୍କ ମଧ୍ୟରୁ ପ୍ରଥମେ ଜଣେ ବାଇକ୍‌ ଯୋଗ‌େ ଆସିଥିଲେ। ତାପରେ ପ୍ରାୟ ୮ ଜଣ ଏକ ସ୍କର୍ପିଓ ଭିତରୁ ବାହାରି ଡ୍ରାଇଭରଙ୍କୁ ରାମକୋ କମ୍ପାନି ସାମ୍ନାରେ ଆକ୍ରମଣ କରିଥିଲେ। ଘଟଣା ଘଟାଇ ମଦ୍ୟପମାନେ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe