ଯାଜପୁର: ଫାଙ୍କା ଗୁଳି ଚାଳନା କରି ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ନିକଟରୁ ୩.୩୩ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

Advertisment
ଯୁବକଙ୍କୁ ହାଣି, ନେଇଗଲେ ଲକ୍ଷେ ୭୨ ହଜାର

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦୀ ଫାଣ୍ଡି ନିକଟରେ ପେଟ୍ରୋଲ୍‌ ପମ୍ପର କର୍ମଚାରୀଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ଜାଣିବାକୁ ମିଳିଛି ଯେ ଏହି ଅଞ୍ଚଳରୁ ୨ ଜଣ ଯୁବକ ଫାଙ୍କା ଗୁଳିଚାଳନା କରି ୩ ଲକ୍ଷ ୩୩ ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନା ରହିଛି ଯେ ଦାନଗଦୀ ଫାଣ୍ଡି ନିକଟରେ ଥିବା ମହାରଣା ପେଟ୍ରୋଲ୍‌ ପମ୍ପର ୨ ଜଣ କର୍ମଚାରୀ ଟଙ୍କା ନେଇ ମିଲିଟାରି ଛକରେ ଥିବା  ଷ୍ଟେଟ୍‌ ବ୍ୟାଙ୍କ୍‌ରେ ଜମା କରିବାକୁ ଯାଉଥିଲେ। ସେହି ସମୟରେ ଅଚାନକ ଦୁର୍ବୃତ୍ତମାନେ ଆସି ସେହି ୨ ଜଣ କର୍ମଚାରୀଙ୍କୁ ଅଟକାଇ ସେମାନଙ୍କୁ ଘେରି ଯାଇଥିଲେ। ସେ ଦୁହିଁଙ୍କୁ ଭୟଭୀତ କରାଇବା ପାଇଁ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିବାକୁ ଲାଗିଥିଲେ। ପରେ ସେମାନଙ୍କ ହାତରୁ ୩.୩୩ ଲକ୍ଷ ଟଙ୍କାର ବ୍ୟାଗ୍‌କୁ ଛଡ଼ାଇ ନେଇଥିଲେ।

ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ବିଭିନ୍ନ ଲୋକଙ୍କୁ ପଚରାଉଚରା କରି ଦୁର୍ବୃତ୍ତମାନଙ୍କୁ ଧରିବା ବ୍ୟବସ୍ଥା କରୁଥିବା ବେଳେ ସେମାନେ ଟଙ୍କା ନେଇ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe