ଯାଜପୁର: ଦାନଗଦିରେ ୬୦ ବର୍ଷିଅ ବ୍ୟକ୍ତିଙ୍କୁ ହତ୍ୟା ସନ୍ଦେହ

Advertisment
ଆଉ ଜଣେ ପଂଜାବ କୃଷକଙ୍କ ହୃଦ୍‌ଘାତ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

Jagran English

ଯାଜପୁର: ଯାଜପୁରର ଦାନଗଦିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୬୦ ବର୍ଷର ବ୍ୟକ୍ତିଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ହେଉଛନ୍ତି ଯାଜପୁର  ରୋଡ୍‌ ଦାନଗଦି ଫାଣ୍ଡି ଅନ୍ତର୍ଗତ ଖପୁରିଆପଦା ଗାଁର ଶରତ ଚନ୍ଦ୍ର ଭୋଳ।

ଶରତ ଗତକାଲି ସଂଧ୍ୟାରେ କେଉଁ କାମରେ ଘରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା। ପରିବାର ଲୋକ ରାତିରେ ବହୁ ଖୋଜା ଖୋଜି କରି ମଧ୍ୟ ଶରତଙ୍କୁ ପାଇନଥିଲେ।

ଶେଷରେ ଆଜି ସକାଳେ ପ୍ରଥମେ ଜଳକା ଛକ ପୋଲ ନିକଟରେ ଶରତଙ୍କ ସାଇକେଲ୍‌ ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା। କିଛି ସମୟ ପରେ ସେଠାରେ ଥିବା ଏକ ବାଉଁଶ ବଣରୁ ଶରତଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶରତଙ୍କୁ ବାଉଁଶ ବଣରେ ଏଭଳି ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଛନ୍ତି। ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତ ଦେଖି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe