କାଳିଆପାଣି: ଯାଜପୁରଜିଲ୍ଲା ସୁକିନ୍ଦା ଥାନା ଜାତୀୟ ରାଜପଥର ବ୍ଲାକସ୍ପଟ୍‌ ସୁକିନ୍ଦା-ମୁଣ୍ଡାକୁଳ ୭ କିଲୋମିଟର ଦୂରତାର ସଡ଼କ ଆଜି ପୁଣି ମୁଣ୍ଡ ନେଇଛି। ଗତକାଲି ବିଳମ୍ବିତ ରାତି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ କାଳିଆପାଣି ଥାନା ଗିରିଙ୍ଗାମାଳି ଗାଁର ଅବସରପ୍ରାପ୍ତ ଓଏମ୍‌ସି ଠିକା ଖଣି ଶ୍ରମିକ ସୋମନାଥ ପିଙ୍ଗୁଆଙ୍କ ସବା ସାନପୁଅ ବେରେଲ୍‌(୨୨)।

Advertisment

ବେରେଲ୍‌ ଗତକାଲି ଡୁବୁରିରେ ଜଣେ ବନ୍ଧୁଘରେ ଏକ ବିବାହ ଉତ୍ସବରେ ଯୋଗଦେଇ ବାଇକ୍‌ରେ ଘର ଫେରିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଭୋର୍ ୪ଟାରେ ପୁଲିସ ତାଙ୍କୁ ମୃତ ଅବସ୍ଥାରେ ଠାବ କରିଥିଲା। ପରିବାର ପକ୍ଷରୁ ଏତଲା ଭିତ୍ତିରେ ଥାନାରେ ଏକ କେସ୍‌ ୨୯୭/୨୫ ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: Ram Mandir Dhwajarohan: ସ୍ଥାପନା ହେବ ଧର୍ମଧ୍ବଜ: ଧ୍ବଜାରୋହଣ ଉତ୍ସବ ଲାଗି ଚଳଚଞ୍ଚଳ ଅଯୋଧ୍ୟା, ରଙ୍ଗୀନ ଆଲୁଅରେ ଝଲସୁଛି ଶ୍ରୀରାମ ମନ୍ଦିର...

ଦୁର୍ଘଟଣା ପ୍ରବଣ ସଡ଼କ

ସୂଚନାଯୋଗ୍ୟ ଯେ, ଗତ ଦେଢ଼ମାସ ମଧ୍ୟରେ ଏହି ଦୁର୍ଘଟଣା ପ୍ରବଣ ସଡ଼କରେ ଆଉ ୬ ଜଣ ଦାନଗଦୀ ନୂଆଗାଁର ୟୁଟ୍ୟୁବର ପ୍ରକାଶ ଚନ୍ଦ୍ର ପାତ୍ର (୩୬), ହାତୀବାରି ଗାଁର ଫାର୍ମାସିଷ୍ଟ୍‌ ସତ୍ୟାଂଶୁ ନାୟକ (୪୬), ବୋତଲଣ୍ଡା ଗାଁର ସୁକୁରା ଦେହୁରୀ (୪୦), ଭୁବନ ନୟାନୀଳକଣ୍ଠପୁର ଗାଁର ନୃସିଂହ ଚରଣ କାଣ୍ଡି(୬୧), ସୁକିନ୍ଦା ବ୍ଲକର ପୂର୍ବତନ ବିଏସ୍ଏସ୍‌ଓ ବୁଲୁ ବେ‌ହେରା (୨୫) ଓ ପୁବଳ ଗାଁର ବୁଧୁରାମ ମୁଣ୍ଡା (୪୫)ଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: Delhi Pollution: ଘରୁ କାମ କରିବେ ଅଧା କର୍ମଚାରୀ

ରିପୋର୍ଟ: ରବି ନାରାୟଣ କର