ଆଗାମୀ ୫ ବର୍ଷରେ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ: ମୁଖ୍ୟମନ୍ତ୍ରୀ ନବୀନ

Advertisment

କଳିଙ୍ଗନଗର ମହୋତ୍ସବ ଉଦ୍‌ଘାଟିତ

କଳିଙ୍ଗନଗର ମହୋତ୍ସବ ଉଦ୍‌ଘାଟିତ

ଆଗାମୀ ୫ ବର୍ଷରେ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ: ମୁଖ୍ୟମନ୍ତ୍ରୀ ନବୀନ

ଯାଜପୁର: ସାଧାରଣ ଜନତାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ଯାଜପୁର ଜିଲ୍ଲାରେ ‘କଳିଙ୍ଗନଗର ମହୋତ୍ସବ’କୁ ଉଦ୍‌ଘାଟନ କରିବା ଅବସରରେ ନବୀନ କହିଛନ୍ତି, ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇଛି ଏବଂ ଏଠାରେ କଳିଙ୍ଗ ନଗର ଭଳି ବିଶାଳ କାରଖାନା ଗୁଡ଼ିକ ପ୍ରତିଷ୍ଠା ହୋଇପାରିଛି।

ପାଂଚ ଦିବସୀୟ ମହୋତ୍ସବକୁ ଉଦ୍‌ଘାଟନ କରି ନବୀନ କହିଛନ୍ତି, ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଶୁକ୍ରବାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେବେ।

ମହୋତ୍ସବରେ ଖାଦ୍ୟ ଓ ବ୍ୟବସାୟ ମେଳା ପ୍ରଦର୍ଶନୀ ହୋଇଥିବା ବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉଦ୍‌ଘାଟନୀ ମହୋତ୍ସବରେ ବଡ଼ଚଣା ବିଧାୟକ ଅମର ଶତପଥୀ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, କୋରେଇ ବିଧାୟକ ଆକାଶ ଦାଶ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟକ ଦେବାଶିଷ ନାୟକ, ବିଝାରପୁର ବିଧାୟିକା ପ୍ରମିଳା ମଲିକ, ସାଂସଦ ରୀତା ତରାଇ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନରେଶ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ କଳିଙ୍ଗନଗର ଉପ-ଜିଲ୍ଲାପାଳ ସନ୍ତୋଷ ମିଶ୍ର ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe