Kalinga Tv
ଦଶରଥପୁର: ଜମିଜମା ବିବାଦକୁ କେନ୍ଦ୍ର କରି ପୁତୁରାର ଠେଙ୍ଗାମାଡ଼ରେ ଦାଦା ବାଲିପଦା ଗ୍ରାମର ସିଦ୍ଧେଶ୍ବର ସାହୁ (୭୫)ଙ୍କ ମୃତ୍ୟୁ ହୋଇଛି। ପୁଲିସ ଏ ଘଟଣାରେ ଅଭିଯୁକ୍ତ ପୁତୁରା ସେହି ଗ୍ରାମର ହରେକୃଷ୍ଣ ସାହୁ (୪୨) କୁ ଗିରଫ କରିଛି।
ଉଭୟ ପରିବାର ମଧ୍ୟ ଜମିଜମା ଘଟଣାକୁ ନେଇ ବିବାଦ ରହିଥିଲା। ରବିବାର ଅପରାହ୍ଣ ପ୍ରାୟ ୪ ଟାରେ ଜମି ବିବାଦକୁ ନେଇ ଦାଦା ଓ ପୁତୁରାଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ହରେକୃଷ୍ଣ ଉତ୍ତ୍ୟକ୍ତ ହୋଇ ଏକ ବାଉଁଶ ଠେଙ୍ଗାରେ ପିଟି ଦେବାରୁ ଘଟଣାସ୍ଥଳରେ ସିଦ୍ଧେଶ୍ୱର ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତୁରନ୍ତ ସିଦ୍ଧେଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ପୁଅ ବଳରାମ ସାହୁ ଯାଜପୁର ଟାଉନ ଥାନାରେ ତାଙ୍କ ବାପା ସିଦ୍ଧେଶ୍ବରଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଯାଜପୁର ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବବା ସହ ଅଭିଯୁକ୍ତ ପୁତୁରା ହରେକୃଷ୍ଣ ସାହୁଙ୍କୁ ଗରିଫ କରିଛି।
ଅନ୍ୟପଟେ ଠେଲାପେଲାରେ ସିଦ୍ଧେଶ୍ୱର ଏକ ପଥର ଉପରେ ପଡ଼ିଯିବାରୁ ମୁଣ୍ଡ ଫାଟି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୁକ୍ତ ହରେକୃଷ୍ଣଙ୍କ ମାଆ ରଙ୍ଗଲତା ସାହୁ ପୁଲିସକୁ କହିଛନ୍ତି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାଯାଇଛି।
Follow Us