ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ, ୪ ଅସୁସ୍ଥ

ପରକୀୟା  ପ୍ରୀତି ସନ୍ଦେହରେ ଛୁରାମାଡ଼, ଯୁବକ ଗୁରୁତର

Sambad

କଣ୍ଟିଗଡ଼ିଆ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ ପଞ୍ଚାୟତ ପିପଳିଡିହ ଗ୍ରାମରେ ଆଜି ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି। ମୃତକ ଏହିଗ୍ରାମର ପ୍ରାକ୍ତନ ଓ୍ବାର୍ଡସଭ୍ୟ ଗଙ୍ଗାଧର ମହାପାତ୍ର(୭୨)। ସୂଚନା ଅନୁସାରେ ଆଜି ଗାଁ ଆରପଟ ନସିଡ଼ିପୁର ସେତୁ ନିକଟରେ ଦୋକାନ ଖାତାପୂଜା ଚାଲିଥିବା ବେଳେ ହୋମ ଧୂଆଁରେ ନିକଟସ୍ଥ ଗଛରେ ଥିବା ମହୁମାଛି ଉଡ଼ିଆସି ଆକ୍ରମଣ କରିଥିଲେ।

ଏଥିରେ ଆହତ ଗଙ୍ଗାଧରଙ୍କୁ ମୁର୍ମୂଷୁ ଅବସ୍ଥାରେ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ୪ଜଣ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ଖବରପାଇ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ସମିତିସଭ୍ୟ ଅରୂପାନନ୍ଦ ଜେନା, ପ୍ରାକ୍ତନ ସମିତିସଭ୍ୟ ହିମାଂଶୁ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe