image credit : india tv news
କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ଗାଁର ଜଗବନ୍ଧୁ ପାତ୍ର(୭୦)ଙ୍କର ଘରପାଖ ଡମଶାଳ କେନାଲରେ ବୁଡ଼ି ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଅପରାହ୍ଣରେ ସେ କେନାଲରେ ଗାଧୋଉଥିଲେ। ପାଣି ସୁଅ ତାଙ୍କୁ ତଡ଼ି ନେଇଥିଲା। ପାଖରେ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ପୂର୍ଣ୍ଣିମା ପାତ୍ରଙ୍କ ଏତଲା ଆଧାରରେ କାଳିଆପାଣି ପୁଲିସ ମୃତଦେହ ଜବତ କରି ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Follow Us