କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସୁକିନ୍ଦାଗଡ଼ ପଞ୍ଚାୟତ ୧ ନମ୍ବର ଓ୍ବାର୍ଡ ଉପସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନରୁ ଦେଢ଼ମାସ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଏଏନ୍ଏମ୍ ଭୁଲ ଟିକା ଦେବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ନେଇ ସାପୁଆପଦା ବସ୍ତିର ଆଦିବାସୀ ଦମ୍ପତି ମୁକ୍ତା ଓ ମଟାଇ ଜାମୁଦା ଅଭିଯୋଗ କରନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତ ନବଜାତକର ଶବକୁ ବ୍ୟବଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି। ତଦନ୍ତ ଜାରି ରହିଥିବା ପୁଲିସ ଠାରୁ ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: No Drone Zone: ତିନି ଦିନ ପାଇଁ ଯାଜପୁର ‘ଡ୍ରୋନ୍ ମୁକ୍ତ ଅଞ୍ଚଳ’ ଘୋଷିତ
ପ୍ରାପ୍ତ ଖବରରୁ ଜଣାପଡ଼ିଛି ଯେ, ନିର୍ଦ୍ଧାରିତ ବୁଧବାରରେ ଗତକାଲି ଏହି ଦମ୍ପତି ତୃତୀୟ ସନ୍ତାନ ଶିଶୁପୁତ୍ର ଶ୍ରୀକାନ୍ତର ଟିକାକରଣ ପାଇଁ ସରକାରୀ ସବସେଣ୍ଟର ଆସିଥିଲେ। ଶିଶୁର ଓଜନ ୨.୭ କିଲୋଗ୍ରାମ୍ ଓ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଥିଲା। ଦାୟିତ୍ବରେ ଥିବା ଏଏନ୍ଏମ୍ ଚିନ୍ମୟୀ ମହାନ୍ତ ଏହି ଶିଶୁକୁ ପୋଲିଓ(ରୋଟା) ବୁନ୍ଦା ଖୁଆଇଥିଲେ। ଶିଶୁର ଡାହାଣ ହାତରେ ଆଇପିଭି, ବାମ ଜଙ୍ଘରେ ପିସିଭି ଓ ଡାହାଣ ଜଙ୍ଘରେ ପେଣ୍ଟା ଇଞ୍ଜେକ୍ସନ ଦିଆଯାଇଥିଲ। ଟିକା ନେବାର କିଛିକ୍ଷଣ ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ପାର୍ଶ୍ବସ୍ଥ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ଶିଶୁର ମୃତ୍ୟୁ ପରେ ପରିବାର ଓ ସଂପର୍କୀୟଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ଆହୁରି ପଢ଼ନ୍ତୁ: Michael Nobbs: ଭାରତୀୟ ହକି ଦଳର ପୂର୍ବତନ ପ୍ରଶିକ୍ଷକ ମାଇକେଲ୍ ନବ୍ସଙ୍କ ପରଲୋକ
Follow Us