ଜମିଜମା ବିବାଦକୁ ନେଇ ସଂଘର୍ଷ: ଜଣେ ଗିରଫ

Advertisment
ଜମିଜମା ବିବାଦକୁ ନେଇ ସଂଘର୍ଷ: ଜଣେ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳରେ ଜମିଜମା ବିବାଦକୁ ନେଇ ସଂଘର୍ଷ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ଥାନା ଅନ୍ତର୍ଗତ ବାଙ୍ଗରଗୁଣ୍ଠା ଗ୍ରାମର ଜ୍ଞାନେନ୍ଦ୍ର ପରିଡ଼ା ଓ ରମେଶ ପ୍ରଧାନଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା। ଗତକାଲି ହୋଲି ସମୟରେ ଉଭୟ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା।

ଏହାକୁ କେନ୍ଦ୍ର କରି ଜ୍ଞାନେନ୍ଦ୍ର ପରିଡ଼ା ରମେଶଙ୍କ ପରିବାରର ତିନିଜଣ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଲହୁ ଲୁହାଣ କରିଥିବା ଜଣାପଡ଼ିଛି। ତିନି ମହିଳା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଜ୍ଞାନେନ୍ଦ୍ରଙ୍କ ସମେତ ରମେଶଙ୍କୁ ବଡ଼ଚଣା ଥାନା ପୁଲିସ ଗିରଫ କରି ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ସମ୍ପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏବେ ପୁଲିସ ଖୋଜୁଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe