ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ୨ ଭଉଣୀଙ୍କୁ ଟ୍ରକ୍‌ ମଡ଼ାଇ ଦେଲା, ଜଣେ ମୃତ, ଜଣେ ଗୁରୁତର

ଅଙ୍ଗଦାନ କରିବେ ପରିବାର

ମଦ୍ୟପ ଟ୍ରକ୍‌ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ୨ ଭଉଣୀଙ୍କୁ ଟ୍ରକ୍‌ ମଡ଼ାଇ ଦେଲା, ଜଣେ ମୃତ, ଜଣେ ଗୁରୁତର

କାଳିଆପାଣି: ଘର ପାଖ ଅଗଣାରେ ଖେଳୁଥିଲେ ୨ ଭଉଣୀ। ହଠାତ୍ ପାଚେରି ଭାଙ୍ଗି ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା ଟ୍ରକ୍‌। ଏଥିରେ ବଡ଼ ଭଉଣୀ ପ୍ରିୟଦର୍ଶିନୀ ମହାନ୍ତି(୧୨)ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ପାର୍ଶ୍ବସ୍ଥ ସାରୁଆବିଲ ତାରିଣୀପୀଠ ପାଖ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଘର ଅଗଣାରେ। ମୃତ ବାଳିକା ତାଙ୍କ ବଡ଼ଝିଅ। ସେ ଦୈତାରୀ ଖଣି ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଥିଲେ।

ଦୁର୍ଘଟଣାରେ ଗୁରୁତର ଆହତ ୨ଝିଅଙ୍କୁ ଧରି ପ୍ରଶାନ୍ତ ପ୍ରଥମେ ଟାଟା ଷ୍ଟିଲ ସୁକିନ୍ଦା ହସପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଂଜ୍ଞାହୀନ ଅବସ୍ଥାରେ ଥିବା ଝିଅକୁ ନେଇ କଳିଙ୍ଗନଗର ଟାଟାଷ୍ଟିଲ ମେଡିକ‌ା ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିଲା। ସାନଝିଅ ସୌମ୍ୟା ଶୁଭଦର୍ଶିନୀ(୯) ଏବେ ଚିକିତ୍ସାଧୀନ ଅଛନ୍ତି। ମୃତ ଝିଅର ଅଙ୍ଗଦାନ ପାଇଁ ଏହି ଦମ୍ପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରୁଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ପାଖରେ ଥିବା ପୋଲ ତଳକୁ ଓଲଟି ପଡ଼ିଥିଲା। ଟ୍ରକ୍‌ରୁ ବାହାରିବା ମାତ୍ରେ ସ୍ଥାନୀୟ ଲୋକେ ନିଶାସକ୍ତ ଡ୍ରାଇଭର ରାମ ମୁଣ୍ଡା(୨୦)କୁ ଏକ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତର ଘର ପାଖ କୋଇପଶି ବସ୍ତିରେ। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ସଦଳବଳ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତା’ର ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe