ପଞ୍ଚାୟତ‌ ନିର୍ବାଚନ: ବରୀରେ ବିଜେଡି- ବିଜେଡି ଲଢ଼େଇ!

Advertisment
ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

The New Indian Express

ବରୀ,(ସଞ୍ଜୟ ବେହେରା): ବର୍ତ୍ତମାନର ରାଜନୈତିକ ଗତିବିଧିକୁ ଦୃଷ୍ଟିକୁ ଆଣିଲେ ଯାଜପୁରର ବରୀ ବ୍ଳକ୍‌ରେ ବିଜେଡି ଓ ବିଜେଡି ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଗୋଟିଏପଟେ ବିଧାୟକ ସୁନନ୍ଦା ଦାସ। ଏବଂ, ଅନ୍ୟପଟେ ବିଜେପି ଛାଡ଼ି ବିଜେଡି‌ରେ ଯୋଗଦେଇଥିବା ବିଶ୍ବରଂଜନ ମଲ୍ଲିକ। ଉଭୟ ନେତ‌େ ନିଜନିଜ ପତିଆରା ବିସ୍ତାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଯାହାର ପ୍ରତିଫଳନ ଆଗାମୀ ପଞ୍ଚାୟତ‌ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

ବରୀର ରାଜନୈତିକ ଚିତ୍ର ଭିନ୍ନ। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ତର୍ଜମା କଲେ ସେତେବେଳର ବିଧାୟକ ଥିଲେ ବିଜେଡିର ଦେବାଶିଷ୍ ନାୟକ। ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ବିଧାୟକ ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ। ଶ୍ରୀ ମଲ୍ଲିକଙ୍କର ସାରଥୀ ତଥା ଗୋଟିଚାଳକ ଥିଲେ ଦେବେନ୍ଦ୍ର ଦାସ(ଦେବୁଲି)। ଦେବୁଲିଙ୍କ ଗୋଟିଚାଳନାରେ ଶାସକ ଦଳ ଧରାଶାୟୀ ହୋଇଥିଲା। ଆଉ ବିଶ୍ବରଂଜନଙ୍କ ଖାତାକୁ ଯାଇଥିଲା ୨୯ଟି ପଞ୍ଚାୟତରୁ ୨୨ଟି ପଞ୍ଚାୟତର ସଭ୍ୟସଭ୍ୟା ପଦବି। ଆଉ ସମିତିର ଅଧ୍ୟକ୍ଷା ହୋଇଥିଲେ ଦେବେନ୍ଦ୍ର ଦାସଙ୍କ ପତ୍ନୀ ସୁନନ୍ଦା ଦାସ। ସମୟ ଚକ୍ରରେ ରାଜ‌ନୀତି ବଦଳି ଯାଇଥିଲା। ୨୦୧୯ ମସିହାରେ ଦେବାଶିଷ୍ ନାୟକଙ୍କ ଟିକେଟ୍ କାଟିବାରେ ସଫଳ ହୋଇଥିଲେ ଦେବୁଲି ।

ଆଉ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ସୁନନ୍ଦାଙ୍କୁ ବରୀର ବିଧାୟିକା ପ୍ରାର୍ଥୀ କରିବା ସହିତ ବିଜେପିର ବିଶ୍ବରଂଜନଙ୍କୁ ହରାଇଥିଲେ। ତେବେ ୨୦୨୧ରେ ବିଶ୍ବରଂଜନ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି। ଯଦିଓ ମିଶ୍ରଣ ପର୍ବ ମଞ୍ଚରେ ବିଶ୍ବରଂଜନଙ୍କ ସହିତ ବିଧାୟିକା ସୁନନ୍ଦା ଦାସ ଓ ଦେବେନ୍ଦ୍ର ଦାସଙ୍କୁ ରାଜଧାନୀରେ ଦେଖିବାକୁ ମିଳିଥିଲା କିନ୍ତୁ ତା’ ପରଠାରୁ ଗୋଟିଏ ଦଳରେ ଥିଲେ ମଧ୍ୟ ଆଉ ଉଭୟଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳୁନାହିଁ। ଏପରିକି ଦଳୀୟ ଡାକରାରେ ବିଜେଡ଼ି ମହିଳା ସମାବେଶ ହେଉ କିମ୍ବା ବିଜେଡ଼ିର ପ୍ରତିଷ୍ଠା ଦିବସ ପରି କାର୍ଯ୍ୟକ୍ରମରେ ମଧ୍ୟ ବିଧାୟିକାଙ୍କ ସହିତ ବିଶ୍ବରଂଜନଙ୍କୁ ଦେଖିବାକୁ ମିଳିନଥିଲା। ନୂତନବର୍ଷର ଅଭିନନ୍ଦନ ବାର୍ତ୍ତା ଦେବା ପାଇଁ ନିର୍ବାଚନ ମଣ୍ଡଳୀ ସାରା ଛାଇ ଯାଇଥିବା ତୋରଣରେ ବରୀ ରାଜନୀତିର ଭିନ୍ନ ଚିତ୍ର ଦର୍ଶାଇଛି। ବିଜେଡ଼ିର ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସଂପାଦକ , ପଡ଼ୋଶୀ ଧର୍ମଶାଳା ବିଧାୟକଙ୍କ ଫଟୋ ସହିତ ବିଶ୍ବରଂଜନଙ୍କ ଫଟୋ ଥିଲା ବେଳେ ବିଶ୍ବଙ୍କ ପୋଷ୍ଟର ଏବଂ ହୋର୍ଡିଂରେ ବରୀ ବିଧାୟିକାଙ୍କ ଫଟୋ ନାହିଁ। ସେହିପରି ବିଧାୟିକାଙ୍କ ତୋରଣରେ ବିଶ୍ବଙ୍କ ଫଟୋ ନାହିଁ। ଚିତ୍ର କହୁଛି ଉଭୟ ଗୋଟିଏ ଦଳରେ ଥିଲେ ମଧ୍ୟ ବରୀରେ ଦୁଇଟି ସମାନ୍ତରାଳ ସଂଗଠନ କାର୍ଯ୍ୟ କରୁଛି। ଏଭଳି କି ପଞ୍ଚାୟତ ସ୍ତରରେ ଭିନ୍ନ ଭିନ୍ନ ପ୍ରାର୍ଥୀ ଦେବାକୁ ତାଲିକା ପ୍ରସ୍ତୁତ କରାଯାଇଛି।

ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରୀରେ ବିଜେଡ଼ି ପ୍ରଥମେ ନିଜ ମଧ୍ୟରେ ଲଢିବା ସହିତ ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ସହିତ ଲଢେଇ କରି‌ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe