ପିହୁ ଅପହରଣକୁ ୩ବର୍ଷ: ଝିଅର ଫେରିବା ବାଟକୁ ଚାହିଁ ବସିଛି ମା’

ପିହୁ ଅପହରଣକୁ ୩ବର୍ଷ: ଝିଅର ଫେରିବା ବାଟକୁ ଚାହିଁ ବସିଛି ମା’

kalingatv.com

ବିଂଝାରପୁର: ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ୩ ବର୍ଷ ପୂରିଛି। ହେଲେ ପିହୁର କୌଣସି ସନ୍ଧାନ ମିଳିଲା ନାହିଁ। ପିହୁ କେଉଁଠି ଅଛି ? ଯାଜପୁର ଜିଲ୍ଲା ପ୍ରଶାସନ ପାଖରେ ତାର ଉତ୍ତର ଅଛି ନା ରାଜ୍ୟ ପୁଲିସ ବିଭାଗ ନିକଟରେ। ହେଲେ ଏବେ ବି ପିହୁର ଫେରିବା ବାଟକୁ ମାଆ ମୋନାଲିସା ଚାହିଁ ରହିଛନ୍ତି।

ସୂଚନା ଅନୁଯାୟୀ, ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ବିଂଝାରପୁର ଥାନା ତଥା ବରୀ ବ୍ଲକ୍‌ ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ କୁନିଝିଅ ପିହୁ ଘର ସମ୍ମୁଖରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ଏହାକୁ ନେଇ ମୋନାଲିସା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବହୁ ବିଳମ୍ବରେ ମାମଲା ରୁଜୁ କରିଥିଲା। ପୁଲିସ ଏହି ମାମଲା ପ୍ରତି ଗୁରୁତ୍ବ ନଦେବାରୁ ମୋନାଲିସା ଯାଜପୁର ଜିଲ୍ଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ସହ ରାଜ୍ୟ ସରକାର, ମାନବାଧିକାର କମିସନ ଓ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ। ‌ସେତେବେଳେ କ୍ରାଇମବ୍ରାଞ୍ଚ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ବି ନ୍ୟାୟ ନମିଳିବାରୁ ନିରାଶ ହୋଇ ମୋନାଲିସା ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ଏପରିକି ପିହୁ ନିଖୋଜ ଘଟଣା ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ମୋନାଲିସା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣାରେ ବସିଥିଲେ। ଫଳରେ ସିବିଆଇ ଏହି ଘଟଣାର ତଦନ୍ତ କରିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ପିହୁ ନିଖୋଜ ଘଟଣାକୁ ୩ ବର୍ଷ ପୂରିଥିଲେ ମଧ୍ୟ ମୋନାଲିସାଙ୍କୁ ନ୍ୟାୟ ମିଳିଲାନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe