public.app
ଚଣ୍ଡିଖୋଲ: ଟ୍ରେନ ଧକ୍କାରେ ରେଳ ବିଭାଗର ଜଣେ ଯୁବ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ମଠସାହିର ଆଲୋକ ମିଶ୍ର (୨୫)। ସେ ଦୁଇମାସ ପୂର୍ବରୁ ରେଳ ବିଭାଗରେ ପଏଣ୍ଟସମ୍ୟାନ ଭାବେ ନିଯୁକ୍ତି ପାଇ ଧାନମଣ୍ଡଳ ରେଳ ଷ୍ଟେସନରେ କାର୍ଯ୍ୟ କରୁଥିଲେ। ବୁଧବାର ରାତିରେ ଆଲୋକ ଟ୍ରେନ ଲାଇନରେ କାର୍ଯ୍ୟରତ ଥିବା ବେଳେ ଅସାବଧାନତାରୁ ତାଙ୍କୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଧାନମଣ୍ଡଳ ରେଳ ଷ୍ଟେସନ ଅଧିକାରୀ, କର୍ମଚାରୀ ଓ ମଠସାହି ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
Follow Us