ନିର୍ବାଚନୀ ହିଂସା: ବିରିଗଦାରେ ନିଆଁ ଲଗାଇ ପଳାଇଲେ

ନିର୍ବାଚନୀ ହିଂସା: ବିରିଗଦାରେ ନିଆଁ ଲଗାଇ ପଳାଇଲେ

ଯାଜପୁର: ବଡ଼ଚଣା ବ୍ଲକ ବଡ଼ ବାଲିକୁଦା ଗ୍ରାମରେ ପଞ୍ଚାୟତ ନିର୍ଵାଚନକୁ ନେଇ ହିଂସା ଦେଖିବାକୁ ମିଳିଛି। ଗ୍ରାମର ନାରାୟଣ ବିଶ୍ବାଳ ଘରେ କିଛି ବିରୋଧୀ ଗୋଷ୍ଠୀର ସଦସ୍ୟ ନିଆଁ ଲଗାଇଵାକୁ ଆସିଥିଵା ଵେଳେ ଘରେ ନାରାୟଣଙ୍କ ପତ୍ନୀ ଉଠି ପଡ଼ିଥିଲେ। ଏଣୁ ଦୁର୍ବୃତ୍ତମାନେ ତାଙ୍କ ଘର ପୋଡ଼ି ନପାରି ତାଙ୍କ ବିରିଗଦାରେ ନିଆଁ ଲଗାଇ ପଳାଇଥିଲେ।

ଏହି ଅଗ୍ନିକାଣ୍ଡ ଫଳରେ ନାରାୟଣଙ୍କ ଦେଢ ଏକର ଜମିରେ ହୋଇଥିବା ବିରି ଫସଲ ଖଳାରେ ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe