ବନ୍ୟା ଦୁର୍ଦ୍ଦଶା, ନଦୀବନ୍ଧ ପାଲଟିଛି କୁକୁଡ଼ା ଫାର୍ମ

Advertisment
ବନ୍ୟା ଦୁର୍ଦ୍ଦଶା, ନଦୀବନ୍ଧ ପାଲଟିଛି କୁକୁଡ଼ା ଫାର୍ମ

ଯାଜପୁରସଦର: ବାସ ଉଜାଡ଼ି ଦେଇଛି ବନ୍ୟା। ମଣିଷ ସହ ଗୋରୁ, ଛେଳି ଓ  କୁକୁଡ଼ାଙ୍କ ଆଶ୍ରୟସ୍ଥଳ ପାଲଟିଛି ନଦୀବନ୍ଧ। ବନ୍ୟା ବିଭୀଷିକା ସମୟରେ ନଦୀବନ୍ଧ ଅସ୍ଥାୟୀ କୁକୁଡ଼ା ଫାର୍ମ‌ରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି।
ଯାଜପୁର ବ୍ଲକ ଦେବିଲି ପଞ୍ଚାୟତ ବଣିଆପାଟଣା ଗ୍ରାମର ଖରସ୍ରୋତା ନଦୀବନ୍ଧରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସ୍ଥାନୀୟ ଯୁବକ ଶମ୍ଭୁନାଥ ବେହେରା ନଦୀପଠାରେ ଏକ କୁକୁଡ଼ା ଫାର୍ମ କରିଛନ୍ତି। ବନ୍ୟା ସମୟରେ ତାଙ୍କ ଦୁଃଖ ବଢ଼ି ଯାଇଛି। ଦୁଇବର୍ଷ ହେଲା ବନ୍ୟା ଯୋଗୁଁ ସେ ନଦୀପଠାକୁ ଅସ୍ଥାୟୀ କୁକୁଡ଼ା ଫାର୍ମରେ ପରିଣତ କରି ଦେଉଛନ୍ତି। ବ୍ରଏଲର ଫାର୍ମରେ ପାଣି ପଶିଯିବାରୁ ସେ କୁକୁଡ଼ାଗୁଡିକୁ ନଦୀପଠାରେ ବାଡ଼ ଘେରାଇ ରଖିଛନ୍ତି। ଏଥିରେ କୁକୁଡ଼ାଙ୍କ ପ୍ରତି ବିପଦ ରହିଛି। ରାତି ସମୟରେ ସରୀସୃପ ଓ କୁକୁର ବିଲୁଆଙ୍କ ଭୟ ରହିଛି। ପାଣି ସମସ୍ୟା ମଧ୍ୟ ରହିଛି। ନଳକୂଅ ବୁଡ଼ିଯାଇଥିବାରୁ ସେ ପାଣି ବି ପିଇପାରୁନାହାନ୍ତି। ଫଳରେ ୩ ଶହ କୁକୁଡ଼ା ମରିଯାଇଛନ୍ତି। ଏବେ ୩ ହଜାର କୁକୁଡ଼ା ନଦୀବନ୍ଧରେ ରହିଛନ୍ତି। ବନ୍ୟାଜଳ ଛାଡିବା ପର୍ଯ୍ୟନ୍ତ କୁକୁଡ଼ାଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ୨/୩ ଜଣ ସହଯୋଗୀ ମଧ୍ୟ ରାତିସାରା ନଦୀ ବନ୍ଧରେ କୁକୁଡ଼ାଙ୍କୁ ଜଗି ରହୁଛନ୍ତି ବୋଲି ଶମ୍ଭୁନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe