‘ସମ୍ବାଦ’ କାର୍ଯ୍ୟାଳୟ ଉପରେ ଆକ୍ରୋଶମୂଳକ ଇଓଡବ୍ଲୁର ଚଢ଼ଉର ପ୍ରତିବାଦ

‘ସମ୍ବାଦ’ କାର୍ଯ୍ୟାଳୟ ଉପରେ ଆକ୍ରୋଶମୂଳକ ଇଓଡବ୍ଲୁର ଚଢ଼ଉର ପ୍ରତିବାଦ

ଦଶରଥପୁର: ‘ସମ୍ବାଦ’ କାର୍ଯ୍ୟାଳୟ ଉପରେ ଆକ୍ରୋଶମୂଳକ ଇଓ ଡବ୍ଲୁ ସଂସ୍ଥାର ଚଢ଼ଉ ଏବଂ ହିଟଲରି ଶାସନ ପ୍ରତିବାଦରେ ଦଶରଥପୁର ବ୍ଲକ ସଚେତନ ନାଗରିକ ପାଖରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା, ଏଥିନେଇ ଏକ ଶୋଭାଯାତ୍ରା କରାଯାଇ ବ୍ଲକ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ପହଞ୍ଚି ସରକାର, ସଚିବ ଏବଂ ହିଟଲରି ଶାସନ ବିରୁଦ୍ଧରେ ନାରାବାଜି କରାଯାଇଥିଲା। ଏଥିରେ ବ୍ଲକର ବିଭିନ୍ନ ପଂଚାୟତର ବହୁ ସଚେତନ ନାଗରିକ ଯୋଗଦେଇ ସମ୍ବାଦର କାର୍ଯ୍ୟକୁ ସମର୍ଥନ ଦେବା ସହିତ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ। ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି।

ଏଥିରେ ବରିଷ୍ଠ ସମାଜସେବୀ ଦେବେନ୍ଦ୍ର ପଣ୍ଡା, ମଳୟ ପଣ୍ଡା, ଶ୍ୟାମ ସୁନ୍ଦର କର, ଅଭୟ ପଣ୍ଡା, ସରପଂଚ ଲିପିକା ମଳିକ, ସମିତି ସଭ୍ୟ ରମାକାନ୍ତ ସେଠି, ବିମଳ ମଳିକ, ଉମେଶ ଜେନା, ପୀତବାସ ବେହେରା, ଅନନ୍ତ କୁମାର ଜେନା, ଘନଶ୍ୟାମ ସାହୁ, ଇନ୍ଦ୍ରଜିତ ଦାସ, ଏକାଦଶୀ ତ୍ରିପାଠୀ ଓ ଅଜୟ ନାୟକଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe