କାମରେ ଲାଗୁନି ରଗଡ଼ି ଫରେଷ୍ଟ ବିଟ୍ ହାଉସ୍

Advertisment
କାମରେ ଲାଗୁନି ରଗଡ଼ି ଫରେଷ୍ଟ ବିଟ୍ ହାଉସ୍

ରଗଡ଼ି : କାମରେ ଲାଗୁନି ରଗଡ଼ି ଫରେଷ୍ଟ ବିଟ୍ ହାଉସ୍। ଯେଉଁ ଉଦ୍ଦେଶ୍ୟନେଇ ଏଠାରେ ବିଟ୍ ହାଉସ୍ ପ୍ରତିଷ୍ଠା କରାଯାଇଥିଲା, ସେ ଉଦ୍ଦେଶ୍ୟଠାରୁ ବହୁ ଦୂରରେ। ୨୦ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ବିଟ୍ ହାଉସର କିଛି ଅଂଶକୁ ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକସନ ଭାଙ୍ଗି ଦେଇଥିଲା। ମାତ୍ର ତାହା ପରବର୍ତ୍ତୀ ସମୟରେ ଆଉ ମରାମତି ହୋଇପାରି ନାହିଁ। ସେପ‌ଟେ ବିଟ୍ ହାଉସର ଅନେକ ଅଂଶ ଜବରଦଖଲରେ ରହିଛି। ଚାରିପାଖେ ପାଚେରି ନାହିଁ। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ।
ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଅସାମାଜିକଙ୍କ ଆଡାସ୍ଥଳ ପାଲଟିଛି। ବୁଲା ଗାଈଗୋରୁ ସେଠାରେ ଆଶ୍ରୟ ନେଉଛନ୍ତି। ଜଙ୍ଗଲ ସୁରକ୍ଷା ଓ କାଠ ଚୋରା ଚାଲାଣକୁ ରୋକିବା ପାଇଁ କୋରେଇ ବ୍ଲକ୍ ଅନ୍ତର୍ଗତ ରଗଡ଼ିଠାରେ ଏକ ବିଟ୍ ହାଉସ୍ ନିର୍ମାଣ କରାଯାଇଥିଲା। ଏଠାରେ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା।

ମାତ୍ର ପରେ ଏଠାରେ ନିଯୁକ୍ତ କର୍ମଚାରୀଙ୍କୁ ଅପସାରିତ କରାଯାଇଥିଲା। ଅନ୍ୟପଟେ ଜାତୀୟ ରାଜପଥ ସଂପ୍ରସାରଣ ବେଳେ ‌କାର୍ଯ୍ୟାଳୟର କେତେକ ଅଂଶକୁ ଭାଙ୍ଗି ଦିଆଯାଇଥିଲା। ଏଠାରେ କର୍ମଚାରୀ ନଥିବାରୁ ଏହା ଏବେ ପରିତ୍ୟକ୍ତ ହୋଇପଡ଼ିଛି। ଏହାକୁ ନେଇସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଯାଜପୁୁର ରୋଡ଼ ବନ ବିଭାଗ ଅଧିକାରୀ ଦେବେନ୍ଦ୍ର ପଟ୍ଟନାୟକଙ୍କୁ୍ ପଚାରିବାରୁ ସେ କହିଥିଲେ ଯେ କର୍ମଚାରୀ ଅଭାବରୁ କାହାକୁ ନିଯୁକ୍ତି ଦେବା ସମ୍ଭବ ହୋଇପାରୁନାହିଁ। ତେବେ ସେଠାରେ ଜଣେ ପ୍ଲାଣ୍ଟେସନ ୱାର୍କର ବସାଉଠା କରୁଛନ୍ତି। କାର୍ଯ୍ୟାଳୟ ନିକଟରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଜବରଦଖଲ ଉଚ୍ଛେଦ ପରେ ଏହାକୁ ‌ବନ ବିଭାଗ ନିଜ ହେପାଜତକୁ ନେଇ ଘେରାବନ୍ଦୀ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe